www.samajalive.in
Sunday, December 14, 2025
23.1 C
Bhubaneswar

ଅଲିମ୍ପିକ୍‍ସ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ସୁଶୀଲ

ପାନାଜି : ମଲ୍ଲଯୋଦ୍ଧା ସୁଶୀଲ କୁମାର ହେଉଛି ଦେଶର ଏକମାତ୍ର କ୍ରୀଡ଼ାବିତ୍‍; ଯିଏ ଅଲିମ୍ପିକ୍‍ସରେ ୨ଟି ବ୍ୟକ୍ତିଗତ ପଦକ ଜିତିଛନ୍ତି। ଫଳରେ ସୁଶୀଲ କୁମାର ଦେଶର ସଫଳତମ ଅଲିମ୍ପିଆନ୍‍ର ମାନ୍ୟତା ପାଇଛନ୍ତି। ସୁଶୀଲ କୁସ୍ତିରେ ୨୦୦୮ରେ ବ୍ରୋଞ୍ଜ୍‍ ପଦକ ପାଇଥିବା ବେଳେ ୨୦୧୨ ଲଣ୍ଡନ୍‍ ଅଲିମ୍ପିକ୍‍ସରେ ରୌପ୍ୟପଦକ ଜିତିଥିଲେ। ତେବେ ୨୦୧୬ ଅଲିମ୍ପିକ୍‍ସ ଲାଗି ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‍ଆଇ) ସୁଶୀଲଙ୍କ ବଦଳରେ ୭୪ କେଜି ଫ୍ରିଷ୍ଟାଇଲ କୁସ୍ତି ପାଇଁ ନରସିଂହ ଯାଦବଙ୍କୁ ବାଛିଥିଲା। ଏହାକୁ ନେଇ ଦେଶରେ ବେଶ୍‍ ହଇଚଇ ସୃଷ୍ଟିହେବା ସହ ଅଦାଲତରେ ମାମଲା ଚାଲିଥିଲା। ତେବେ ସୁଶୀଲଙ୍କୁ ଅଲିମ୍ପିକ୍‍ସରେ ଲଢ଼ିବା ପାଇଁ ସୁଯୋଗ ମିଳିନଥିଲା।
ନିକଟରେ ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଶୀଲ କୁମାର ସ୍ୱର୍ଣ୍ଣପଦକ ଜିତିଛନ୍ତି। ଫଳରେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ୩ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଶୀଲ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି। ଏହାପରେ ସୁଶୀଲ କୁସ୍ତିରୁ ଅବସର ନେଇଯିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ସୁଶୀଲ ଘୋଷଣା କରିଛନ୍ତି ଯେ ଦେଶକୁ ଅଲିମ୍ପିକ୍‍ସ ସ୍ୱର୍ଣ୍ଣପଦକ ନ ଦେବା ପର୍ଯ୍ୟନ୍ତ ସେ ହାରମାନିବେ ନାହିଁ। ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ୨୦୨୦ ଟୋକିଓ ଅଲିମ୍ପିକ୍‍ସ। ଏହି ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିବା ତାଙ୍କର ଲକ୍ଷ୍ୟ ଏବଂ ଏଥିପାଇଁ ସେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏବେ ୩୫ ବର୍ଷ ବୟସ୍କ ସୁଶୀଲ କୁମାର ଟୋକିଓ ଅଲିମ୍ପିକ୍‍ସ ବେଳକୁ ୩୭ ବର୍ଷ ବୟସରେ ପହଞ୍ଚିଥିବେ। ସୁଶୀଲ କହିଛନ୍ତି, ଅଲିମ୍ପିକ୍‍ସ ସ୍ୱର୍ଣ୍ଣ ଜିତିବାକୁ ଚାହେଁ। ୨୦୧୨ ଲଣ୍ଡନ୍‍ ଅଲିମ୍ପିକ୍‍ସକୁ ଫେରିଚାହିଁଲେ ମନକୁ ଆସିଥାଏ ଯେ ସ୍ୱର୍ଣ୍ଣପଦକ ଜିତିବାର ବହୁତ ନିକଟତର ହୋଇଥିଲି। ଟୋକିଓରେ ଏହି ସ୍ୱପ୍ନ ପୂରଣ କରିବାର ପ୍ରୟାସ କରିବି। ଏବେ ସୁଶୀଲଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଇଣ୍ଡୋନେସିଆରେ ଅଗଷ୍ଟରେ ହେବାକୁ ଥିବା ଏସୀୟ କ୍ରୀଡ଼ା। ସୁଶୀଲ ବିଶ୍ୱ ଚମ୍ପିଆନ୍‍ସିପ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ରାଜ୍ୟଗୋଷ୍ଠୀ ଚମ୍ପିଆନ୍‍ସିପ୍‍ ଓ ଏସୀୟ ଚମ୍ପିଆନସିପ୍‍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ତେବେ ଏସୀୟ କ୍ରୀଡ଼ାରେ ସେ ମାତ୍ର ଗୋଟିଏ ବ୍ରୋଞ୍ଜ୍‍ (୨୦୦୬, ଦୋହା) ପଦକ ଜିତିଛନ୍ତି। ଇଣ୍ଡୋନେସିଆରେ ଦେଶକୁ ସ୍ୱର୍ଣ୍ଣ ଜିତାଇବା ପରେ ଟୋକିଓ ଉପରେ ଲକ୍ଷ୍ୟ ନିବଦ୍ଧ କରିବେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories