www.samajalive.in
Monday, December 15, 2025
16.1 C
Bhubaneswar

ବଜ୍ରପାତରେ ୨ ମୃତ ଜଣେ ଗୁରୁତର

ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ବଜ୍ରପାତ ଯୋଗୁଁ ପୃଥକ ଘଟଣାରେ ଜଣେ ମହିଳା ଓ ବାଳିକା ପ୍ରାଣ ହରାଇଛନ୍ତି। ଗୋପବନ୍ଧୁ ନଗର ବ୍ଲକ ପଶୁଦା ଗ୍ରାମରେ ବଜ୍ରପାତ ହେବାରୁ ସାନ ଭଉଣୀ ପ୍ରାଣ ହରାଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ବଡ ଭଉଣୀର ଚିକିତ୍ସା ଜାରି ରହିଛି । ପିଲା ବେଳୁ ମାଆ ଆରପାରିକୁ ଚାଲି ଯାଥିବାବେଳେ ବାପାଙ୍କ ମୃତ୍ୟୁ ପରେ ଭାଇ ଓ ଦୁଇ ଭଉଣୀଙ୍କ ଜୀବନ ଖୁବ ସଂଘର୍ଷପୂର୍ଣ୍ଣ ଥିଲା । ଘଟଣା ଅନୁସାରେ ବୁଧବାର ମଧ୍ୟାହ୍ନରେ ପଶୁଦା ଗ୍ରାମ କୁସୁମପଡାର ସ୍ବର୍ଗତ ଗଣେଶ୍ୱର ହେମ୍ବ୍ରମଙ୍କ ଦୁଇ କନ୍ୟା ସିନଗ(୨୭) ଓ ପୁନ୍ତା(୧୬)ବିଲ କାମରୁ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବା ଯୋଗୁଁ ପୁନ୍ତାର ମୃତ୍ୟୁ ହୋଇଥିଲା ଓ ସିନଗ ଗୁରୁତର ଆହତ ହୋଇଥିଲା । ଉଭୟଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବଡ଼ସାହି ଡାକ୍ତରଖାନାକୁ ନିଆ ଯାଇଥିବାବେଳେ ଡାକ୍ତର ସେଠାରେ ପୁନ୍ତାଙ୍କୁ ମୃତ ଘୋଷଣା କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଥିବା ବଡ଼ ଭଉଣୀ ସିନଗକୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ଡ଼ାକ୍ତଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପଶୁଦା ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି ।

ସେହିପରି ବଜ୍ରପାତରେ ଗୋପବନ୍ଧୁ ନଗର ବ୍ଲକର ପୁରୁଣା ବାରିପଦା ନିକଟସ୍ଥ ବଗବସା ସ୍ଥିତ ବାପଘରକୁ ଆସିଥିବା ଜନୈକା ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ହେଉଛନ୍ତି ନୀଳଗିରି ଥାନା ଗୋପାଳପୁର ଗ୍ରାମର କୃଷ୍ଣ ସିଂହ ଙ୍କ ପତ୍ନୀ ଗୀତା। ମୃତ୍ୟୁ ବେଳକୁ ଗୀତା ଗର୍ଭବତୀ ଥିବା ସମ୍ପର୍କୀୟ ପ୍ରକାଶ କରିଛନ୍ତି। ଗୀତା ବାପଘରକୁ ଆସିଥିବା ବେଳେ ବୁଧବାର ଦିନ ବିଲକୁ ଯାଇଥିଲେ। ଗୀତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ବିଲରେ ପଡିଥିବା ଠାବ କରିଥିଲେ। ପୁରୁଣା ବାରିପଦା ଦମକଳ ବାହିନୀ ଦ୍ୱାରା ତାଙ୍କୁ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଘଟଣା ଭଳି ସେ ମଧ୍ୟ ମଧ୍ୟାହ୍ନରେ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଥିବା କୁହାଯାଉଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories