ଚାର୍ଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ:୫ମୃତ

0

ମୁମ୍ବଇ: ମୁମ୍ବଇର ସର୍ବୋଦୟ ନଗରଠାରେ ଗୁରୁବର ଦ୍ୱିପହରରେ ଏକ ଚାର୍ଟାର୍ଡ ବିମାନ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୁମ୍ବଇ ଘାଟକୋପର ଅଞ୍ଚଳର ସର୍ବୋଦୟ ନଗରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୨ଜଣ ପାଇଲଟ ଉପସ୍ଥିତ ଥିବାବେଳେ ୨ଜଣ ଟେକନିସିଆନ୍‍ ମଧ୍ୟ ଉପସ୍ଥିତ ଥିଲେ। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିମାନଟି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ଖସି ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳରେ ଦମକଳ ଓ ଆମ୍ବୁଲାନ୍ସ ମୁତୟନ କରାଯାଇଛି। ସର୍ବୋଦୟ ନଗରଠାରେ ଥିବା ଏକ ନିର୍ମାଣଧିନ କୋଠା ଉପରେ ବିମାନଟି ଖସି ପଡ଼ିଥିଲା। ୨୦୧୪ରେ ୟୁପି ସରକାର ଏହି ବିମାନକୁ ଏକ ଘରୋଇ କମ୍ପାନୀ ୟୁଆଇ ଏଭିଏସନ ପ୍ରାଇଭେଟ ଲି.କୁ ବିକ୍ରି କରିଦେଇଥିଲେ। ବିମାନଟି ଜୁହୁ ବିମାନ ବନ୍ଦର ଅଭିମୂଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ଜାଗୃତି କୋଠା ନିକଟରେ ଥିବା ଏକ ନିର୍ମାଣଧିନ ଘର ଉପରେ ଖସି ପଡ଼ିବା ସହ ସେଥିରେ ନିଆଁ ଲାଗି ଯାଇଥିଲା। ବିମାନଟି ସନ୍ତୁଳନ ରକ୍ଷା କରି ନପାରି ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ବିମାନଟିକୁ ପରୀକ୍ଷାମୂଳକ ଭାବେ ଆକାଶରେ ଉଡ଼ା ଯାଉଥିଲା।

Leave A Reply