www.samajalive.in
Sunday, December 7, 2025
23.1 C
Bhubaneswar

ମନି ପ୍ଲାଣ୍ଟ ବୃକ୍ଷ ଘରେ ଲଗାଇବା ପରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ

ବାସ୍ତୁ ଶାସ୍ତ୍ରରେ ଉଭୟ ସକରାତ୍ମକ ଓ ନକରାତ୍ମକ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ପ୍ରତ୍ୟେକ ଦ୍ରବ୍ୟ ପାଇଁ ବାସ୍ତୁରେ ସଠିକ ଦିଗ ଓ ଏହାର ଶୁଭଫଳ ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ସୁଖ-ସମୃଦ୍ଧି ସର୍ବଦା ରଖିବା ପାଇଁ ବାସ୍ତୁରେ ବର୍ଣ୍ଣିତ ବିଭିନ୍ନ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶାସ୍ତ୍ର ମାନ୍ୟତା ଅନୁଯାୟୀ, ଗୃହରେ ମନି ପ୍ଲାଣ୍ଟ ବୃକ୍ଷ ଲଗାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିଥାଏ। ଧନ ପ୍ରାପ୍ତିରେ ଥିବା ବାଧାବିଘ୍ନ ଦୂର ହୋଇଥାଏ। ଜାଣନ୍ତୁ, ମନି ପ୍ଲାଣ୍ଟ ବୃକ୍ଷ ଘରେ ଲଗାଇବା ପରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ….
ମନି ପ୍ଲାଣ୍ଟ ବୃକ୍ଷ ସବୁଜ ଶ୍ୟାମଳା ହୋଇ ରହିଲେ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ମାତ୍ର ଯେଉଁ ସମୟରେ ଏହି ବୃକ୍ଷର ପତ୍ର ଶୁଖିଯାଏ ଅଥବା ହଳଦି ରଙ୍ଗର ହୋଇଯାଏ , ସେହି ପତ୍ରକୁ ତୁରନ୍ତ କାଢି ଦିଅନ୍ତୁ। ନଚେତ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଏହି ବୃକ୍ଷରେ ଗୃହ ଲଗାଇବା ସମୟରେ ଏହାକୁ ଏପରି ଭାବେ ରଖନ୍ତୁ ଯେପରି ଏହା ଉପରକୁ ହୋଇ ବଢିବ। ମାଟି ଉପରେ ତଳେ ଏହା ବଢିଲେ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ।
ଗୃହର ଆଗ୍ନେୟ କୋଣରେ ଏହି ବୃକ୍ଷକୁ ଲଗାନ୍ତୁ। ଏହି ଦିଗରେ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ଏହାକୁ ଘର ଭିତରେ ମଧ୍ୟ ଲଗାଇ ପାରିବେ ମାତ୍ର ଅତ୍ୟଧିକ ଖରା ପଡ଼ୁଥିବା ସ୍ଥାନରେ ଏହାକୁ ଲଗାନ୍ତୁ ନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories