www.samajalive.in
Sunday, December 7, 2025
14.1 C
Bhubaneswar

ଖରା ଦିନେ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ନିଜ ବ୍ୟାଗରେ ରଖନ୍ତୁ ଏହି ସାମଗ୍ରୀ

ଖରା ଦିନେ ପର୍ସରେ ସାଧାରଣତଃ ନିଜର କିଛି ବ୍ୟକ୍ତିଗତ ସାମଗ୍ରୀ ରଖିବା ଉଚିତ। ଏହା ଖରା ଦିନେ ଆପଣଙ୍କର ଆବଶ୍ୟକତାକୁ ପୂର୍ଣ୍ଣ କରିଥାଏ। ବେଳେବେଳେ ଖରା ଦିନେ ବାହାରକୁ ଗଲା ବେଳେ ସ୍ବାସ୍ଥ୍ୟକୁ ନେଇ ଓ ଖାଦ୍ୟପାନୀୟକୁ ନେଇ ଅନେକ ସମସ୍ୟା ଦେଖା ଦେଇଥାଏ। ସମସ୍ତେ ନିଜର ଆବଶ୍ୟକ ଦ୍ରବ୍ୟର ଧ୍ୟାନ ଦେଇଥାଆନ୍ତି କିନ୍ତୁ ବେଳେବେଳେ କୌଣସି ସମୟରେ ତାହା ଭୁଲି ଯାଇଥାଆନ୍ତି। କିନ୍ତୁ ଖରା ଦିନେ ଘରୁ ବାହାରିବା ବେଳେ ନିଜ ପର୍ସରେ କିଛି ସାମଗ୍ରୀ ରଖିବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଆପଣଙ୍କ ପର୍ସ​‌ରେ ରଖିବେ ..

ପାଣି ବୋତଲ :

- Advertisement -

ସମସ୍ତ ଆବଶ୍ୟକ ଦ୍ରବ୍ୟ ମଧ୍ୟରେ ପାଣି ସବୁଠାରୁ ଅଧିକ ଆବଶ୍ୟକ। ଖରା ଦିନେ ସର୍ବଦା ଆପଣ ପର୍ସରେ ପାଣି ବୋତଲ ରଖନ୍ତୁ। ଏହାଦ୍ବାରା ଆପଣ ବାହାରର ପାଣି ନ ପିଇ ସୁସ୍ଥ ରହିପାରିବେ।

ଟିସୁ :

ଖରା ଦିନେ ସାଧାରଣତଃ ଅଧିକ ଝାଳ ବାହାରି ଥାଏ। ଏହାଦ୍ବାରା ମୁହଁରେ ଧୂଳି ମଳି ଜମିବାର ସମ୍ଭାବନା ରହିଥାଏ। ତେଣୁ ସର୍ବଦା ନିଜ ପର୍ସରେ ଓଦା ଟିସୁ (ୱେଟ୍ ଟିସୁ) ରଖନ୍ତୁ। ଏହାଦ୍ବାର ଝାଳା ବାହାରିଲେ ମୁହଁ ପୋଛିବା ଦ୍ବାରା ଧୂଳିମଳି ସହଜରେ ବାହାରିଥାଏ।

ଗୋଲାପ ଜଳ :

ଖରା ଦିନେ ମୁହଁ ପାଇଁ ଗୋଲାପ ଜଳ ନିତାନ୍ତ ଆବଶ୍ୟକ। ଏହା ଶରୀର ସହ ମୁହଁକୁ ମଧ୍ୟ ସୁସ୍ଥ ରଖିବାରେ ବ୍ୟବହାର କରାଯାଇଥାଏ। ଖରା ଦିନେ ମୁହଁରେ ଗୋଲାପ ଜଳ ଲଗାଇବା ଦ୍ବାରା ସତେଜ ଅନୁଭବ ହୋଇଥାଏ।

ସନ୍‌ଗ୍ଲାସ :

ଖରା ଦିନେ ମୁହଁ ପାଇଁ ସନ୍‌ସ୍କ୍ରିନ୍ ଲୋଶନ ଯେପରି ଆବଶ୍ୟକ ସନ୍‌ଗ୍ଲାସ ମଧ୍ୟ ସେତିକି ଜରୁରୀ। ଭଲ କମ୍ପାନୀର ସନ୍‌ଗ୍ଲାସ ସର୍ବଦା ବ୍ୟବହାର କରନ୍ତୁ। କାରଣ ଏହା ଆପଣଙ୍କ ଆଖିକୁ ସୂର୍ଯ୍ୟ କିରଣ ଓ ଅନ୍ୟ ଉତ୍ତାପରୁ ରକ୍ଷା କରିଥାଏ।

ପରଫ୍ୟୁମ୍ :

ଖରା ଦିନେ ଝାଳ ବାହାରିବା ଏକ ସାଧାରଣ ସମସ୍ୟା। ଝାଳର ଦୁର୍ଗନ୍ଧ ଦ୍ବାରା ବେଳେବେଳେ ଅପମାନିତ ହେବାକୁ ପଡିଥାଏ। ତେଣୁ ଖରା ଦିନେ ବାହାରୁ ଗଲେ ସର୍ବଦା ପର୍ସରେ ପରଫ୍ୟୁମ୍ ରଖନ୍ତୁ। ଏହାକୁ ବ୍ୟବହାର ମଧ୍ୟ କରିପାରିବେ।

ସନ୍‌ସ୍କ୍ରିନ୍ :

ଖରା ଦିନେ ଜଳୀୟ ଅଂଶର ଅଭାବରୁ ବଞ୍ଚିବା ପାଇଁ ପାଣି ପିଇବା ଯେତିକି ଆବଶ୍ୟକ ମୁହଁକୁ ସୁରକ୍ଷା ଦେବା ମଧ୍ୟ ସେତିକି ଆବଶ୍ୟକ। ତେଣୁ ଖରାକୁ ବାହାରିଲେ ସନ୍‌ସ୍କ୍ରିନ୍ ଲୋଶନ ଲଗାଇବା ଉଚିତ। ଏହାସହ ବ୍ୟାଗରେ ମଧ୍ୟ ରଖିବା ଉଚିତ। ଏହାଦ୍ବାରା ସୂର୍ଯ୍ୟଙ୍କ ହାନିକାରକ କିରଣରୁ କିଛି ମାତ୍ରାରେ ରକ୍ଷା ମିଳିଥାଏ।

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories