www.samajalive.in
Saturday, December 6, 2025
17.1 C
Bhubaneswar

ଆପଣଙ୍କ ଜୀବନରେ ସୁପ୍ରଭାବ ପକାଇଥାଆନ୍ତି ଏହି ପଶୁପକ୍ଷୀ

ଅନେକ ଲୋକ ଘରେ ପଶୁପକ୍ଷୀ ପାଳନ କରିବାର ସଉକ ରଖିଥାଆନ୍ତି। ଘରେ ପଶୁପକ୍ଷୀ ରଖିବାର ଜ୍ୟୋତିଷଶାସ୍ତ୍ରରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି। ଘରେ ରଖିଥିବା ପଶୁପକ୍ଷୀ ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀ ଦ୍ବାରା କି ପ୍ରଭାବ ପଡିଥାଏ ..

କୁକୁର :

- Advertisement -

କୁକୁର ଅତି ବିଶ୍ବସ୍ତ ପ୍ରାଣୀ ଅଟେ। କୁହାଯାଇଛି ଯେ, ଘରେ କୁକୁର ରଖିବା ଦ୍ବାରା ଧନ-ସମ୍ପତ୍ତିର କୌଣସି ଅଭାବ ରହି ନ ଥାଏ। କଳା କୁକୁରକୁ ମଙ୍ଗଳବାର ଓ ଶନିବାର ଦିନ ରୁଟି ଖାଇବାକୁ ଦେବା ଶୁଭ ଅଟେ।

କଇଁଛ :

କଇଁଛକୁ ଘରେ ରଖିବା ଅତ୍ୟନ୍ତ ଶୁଭ ଅଟେ। କୁହାଯାଇଛି ଯେ, ଯେଉଁ ଘରେ କଇଁଛ ରଖାଯାଇଥାଏ ସେଠାରେ କେବେ ବି ଟଙ୍କାପଇସାର ଅଭାବ ରୁହେ ନାହିଁ।

ଶୁଆ :

ଘରେ ମନୋରଞ୍ଜନ ପାଇଁ ଅନେକ ଲୋକ ଶୁଆ ରଖିଥାଆନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ କୌଣସି ଅସୁବିଧା ଆସିବା ପୂର୍ବରୁ ଶୁଆକୁ ଜଣାପଡିଥାଏ। ସେ ଏହାର ସଙ୍କେତ ମଧ୍ୟ ଦେଇଥାଏ।

ମାଛ :

ଅନେକ ଲୋକ ଆକ୍ବାରିୟମରେ ମାଛ ରଖିଥାଆନ୍ତି। ଏହାଦ୍ବାରା ଘରେ ଶାନ୍ତି ବଜାୟ ରହିଥାଏ। ଘରେ ମାଛ ରଖିବା ଅତ୍ୟନ୍ତ ଶୁଭପ୍ରଦ ଅଟେ। ସର୍ବଦା ଆକ୍ବାରିୟମରେ ଗୋଲ୍ଡ ଫିସ୍‌ ରଖିବା ଉଚିତ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories