www.samajalive.in
Saturday, December 6, 2025
16.1 C
Bhubaneswar

ମୁକେଶ ଅମ୍ବାନୀ ବିଶ୍ଵର ୧୩ ନମ୍ବର ଧନୀ; ଜାଣନ୍ତୁ ଅନ୍ୟ କେଉଁମାନେ ରହିଛନ୍ତି ଏହି ତାଲିକାରେ

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ଵର ୧୩ ନମ୍ବର ଧନୀର ମାନ୍ୟତା ପାଇଛନ୍ତି। ଫୋର୍ବ୍ସ ଦ୍ବାରା ଜାରି କରାଯାଇଥିବା ବିଶ୍ଵ ଧନୀ ତାଲିକାରେ ମୁକେଶ ୫୦ ଅରବ ଡଲାର(୫ହଜାର କୋଟି ଡଲାର) ସମ୍ପତ୍ତି ସହ ଏହି ସ୍ଥାନ ହାସଲ କରିଛନ୍ତି।

ତାଲିକାର ଶୀର୍ଷରେ ରହିଛନ୍ତି ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ୍‌। ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ମାନ୍ୟତା ପାଇଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୧୩୧ ଅରବ ଡଲାର। ପୂର୍ବବର୍ଷ ତୁଳନାରେ ତାଙ୍କ ସମ୍ପତ୍ତି ପରିମାଣ ୧୯ ଅରବ ଡଲାର ବୃଦ୍ଧି ପାଇଛି। ଏହାବ୍ୟତୀତ ୯୬.୫ ଅରବ ଡଲାର ସମ୍ପତ୍ତି ସହିତ ୨ୟ ସ୍ଥାନରେ ରହିଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଏବଂ ୮୨.୫ ଅରବ ଡଲାର ସମ୍ପତ୍ତିର ଅଧିକାରୀ ୱାର୍ନେ ବଫେ ୩ୟ ସ୍ଥାନରେ ଅଛନ୍ତି।

- Advertisement -

ଭାରତୀୟଙ୍କ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ତାଲିକାର ୩୬ତମ ସ୍ଥାନରେ ରହିଛନ୍ତି ୱିପ୍ରୋ ଅଧ୍ୟକ୍ଷ ଅଜିମ୍‌ ପ୍ରେମଜୀ। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨୨.୬ ଅରବ ଡଲାର। ସେହିପରି ୮୨ତମ ସ୍ଥାନରେ ଏଚସିଏଲର ସହପ୍ରତିଷ୍ଠାତା ଶିବ ନାଡାର ଏବଂ ୯୧ତମ ସ୍ଥାନରେ ଆର୍ସେଲର ମିଟ୍ଟଲର ଅଧ୍ୟକ୍ଷ ଲକ୍ଷ୍ମୀ ମିଟ୍ଟଲ, ୧୨୨ତମ ସ୍ଥାନରେ  ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା, ୧୬୭ତମ ସ୍ଥାନରେ ଅଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଅଦାନୀ, ୨୪୪ତମ ସ୍ଥାନରେ ଏୟାରଟେଲ ମୁଖ୍ୟ ସୁନୀଲ ମିଟ୍ଟଲ, ୩୬୫ତମ ସ୍ଥାନରେ ପତଞ୍ଜଳି ଆୟୁର୍ବେଦର ସହପ୍ରତିଷ୍ଠାତା ଆଚାର୍ଜ୍ୟ ବାଳକୃଷ୍ଣ ରହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories