www.samajalive.in
Saturday, December 6, 2025
23.1 C
Bhubaneswar

ଦେହରେ ନିଆଁ ଲଗାଇ ର‍୍ୟାମ୍ପରେ ଚାଲିଲେ ଅକ୍ଷୟ

ମୁମ୍ବଇ : ଦେହରେ ନିଆଁ ଲଗାଇ ର‍୍ୟାମ୍ପ୍‍ ୱାକ୍‍ କଲେ ବଲିଉଡ଼ର ଖିଲାଡ଼ି ଭାବେ ପରିଚିତ ଅକ୍ଷୟ କୁମାର। ଅକ୍ଷୟଙ୍କ ଦେହରେ ଲାଗିଥିବା ନିଆଁକୁ ଦେଖି କିଛି ସମୟ ପାଇଁ ତାଙ୍କ ପ୍ରଶଂସକ ହତବାକ୍‍ ହୋଇଯାଇଥିଲେ। ଖିଲାଡ଼ି କୁମାରଙ୍କ ଏହି ଅଦ୍ଭୁତ ଶୋ’ ମଙ୍ଗଳବାର ଆୟୋଜିତ ହୋଇଥିବା ଆମାଜନ୍‍ ପ୍ରାଇମ୍‍ ଭିଡ଼ିଓର ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ସେ ପିନ୍ଧିଥିବା ପୋଷାକରେ ନିଆଁ ଲାଗିଥିବା ଅବସ୍ଥାରେ ତାଙ୍କୁ ମଞ୍ଚ ଉପରେ ଦେଖିବାକୁ ମିଳିଥିଳା। ମାତ୍ର ତାଙ୍କ ମୁହଁରେ ସାମାନ୍ୟ ଭୟ ବି ଦେଖିବାକୁ ମିଳି ନଥିଲା।

ସୂଚନା ଅନୁସାରେ, ‘ଆମାଜନ୍‍ ପ୍ରାଇମ୍‍ ଭିଡ଼ିଓ ଇଣ୍ଡିଆ’ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନିଜର ଆଗାମୀ ୱେବ୍‍ ସିରିଜ୍‍ ‘ଦି ଏଣ୍ଡ୍‍’ର ମୁଖ୍ୟ କଳାକାର ଭାବେ ଘୋଷଣା କରିଛି। ଏହି ଆକ୍ସନ ଥ୍ରୀଲର ଶୋ’ ମାଧ୍ୟମରେ ଅକ୍ଷୟ ୱେବ୍‍ ସିରିଜ ଦୁନିଆରେ ପାଦ ଥାପିଛନ୍ତି। ଏନେଇ ସେ କହିଛନ୍ତି, “ମୋ ପୁଅ ଆରବ ମୋତେ ୱେବ୍‍ ସିରିଜ୍‍ କରିବା ପାଇଁ ପ୍ରସ୍ତାବ ଦେଇଥିଲା। କାରଣ ଏହା ଯୁବପିଢୀଙ୍କର ଖୁବ୍‍ ପସନ୍ଦ। ଡିଜିଟାଲ୍‍ ଦୁନିଆ ମଧ୍ୟ ମୋତେ ଉତ୍ସାହିତ କଲା ଓ ଏହି ଶୋ’ ମାଧ୍ୟମରେ ମୁଁ ଏହି ଯାତ୍ରା ଆରମ୍ଭ କରିଥିବାରୁ ବହୁତ ଖୁସୀ ଅନୁଭବ ହେଉଛି”।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories