www.samajalive.in
Saturday, December 6, 2025
26.1 C
Bhubaneswar

ଅଯୋଧ୍ୟା ମାମଲାର ଶୁଣାଣି ଶେଷ ; ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବୁଧବାର ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହୋଇଛି। ତେବେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ପ୍ରାୟ ଦେଢ ଘଣ୍ଟାର ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ମାମଲାରେ ମଧ୍ୟସ୍ଥତା ଉପରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି । ସମସ୍ତ ପକ୍ଷ ସହିତ ଆଲୋଚନା ପରେ ଚୁଡାନ୍ତ ରାୟ ଘୋଷଣା କରାଯିବ । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସ୍ୟ ସମ୍ବିଧାନ ପୀଠରେ ମାମଲାର ଶୁଣାଣି ହୋଇଛି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବା ଦରକାର ବୋଲି ସମ୍ବିଧାନ ପୀଠ ମଙ୍ଗଳବାର ମତ ଦେଇଥିଲେ।

ବୁଧବାର ମାମଲାର ଶୁଣାଣି ସମୟରେ ସମ୍ବିଧାନ ପୀଠାର ବିଚାରପତି ଏସ.ଏ ବୋବଡେ କହିଛନ୍ତି କି ଏହା ​କେବଳ ଏକ ଜମି ବିବାଦ ନୁହେଁ ବରଂ ଲୋକଙ୍କ ଭାବନା, ଧର୍ମ​‌ ଏବଂ ବିଶ୍ବାସ ସହିତ ଜଡିତ ମାମଲା ।

- Advertisement -

ଅନ୍ୟପକ୍ଷରେ ମାମଲାର ଣୀଘ୍ର ଶୁଣାଣି ଶେଷ କରିବାକୁ ଚାହୁଁଥିବା ପ୍ରଧାନ ବିଚାରପତି କହିଛନ୍ତି । ତେବେ ଏହି ମାମଲାରେ ମଧ୍ୟସ୍ଥତା ପାଇଁ ତିନୋଟି ନାମର ପ୍ରସ୍ତାବ ଦେବାକୁ କୋର୍ଟ ତିନି ପକ୍ଷଙ୍କୁ କହିଛନ୍ତି । ତେବେ ମୁସଲମାନ ସଂପ୍ରଦାୟ ପକ୍ଷରୁ ମଧ୍ୟସ୍ଥି ନିଯୁକ୍ତି ପ୍ରକ୍ରିୟାକୁ ସ୍ବାଗତ କରାଯାଇଛି। ଅନ୍ୟପକ୍ଷରେ  ଏହି ମାମଲାରେ ମନ୍ଦିର ପକ୍ଷ କହିଛନ୍ତି କି, ମସଜିଦ ଆଉ କେଉଁଠାରେ ନିର୍ମାଣ କରାଯାଉ । ସେହିପରି ରାମଲଲା ବିରାଜମାନ ଥିବା ପକ୍ଷର ଆଇନଜୀବୀ ସି.ଏସ ବୈଦ୍ୟନାଥନ କହିଛନ୍ତି,ଏହା ରାମ ଜନ୍ମଭୂମି । ରାମ ଜନ୍ମସ୍ଥଳୀକୁ ନେଇ କୌଣସି ବିବାଦ ନହେବା ଉଚିତ୍ । ତେଣୁ ମସଜିଦ ଅନ୍ୟ କୌଣସି  ଠାରେ ନିର୍ମାଣ କରାଯିବା ଉଚିତ୍ ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories