ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ରାଜଧାନୀ ଶିମଳାରେ ଏକ ବଡ ଧରଣର ଅଘଟଣ ଘଟିଛି । ମଙ୍ଗଳବାର ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ଶିମଳା ଜିଲାର କୋଟି ଗାଁ ପୁରା ଜଳି ଯାଇଛି । ଏଥିରେ ୭ଟି ଘର ଜଳି ଧ୍ବସଂ ହୋଇଯାଇ ଥିବା ବେଳେ ୧୬ଟି ପରିବାର ପ୍ରଭାବିତ ହୋଇଛନ୍ତି । ଏହି ଅଘଟଣ ମଧ୍ୟରାତ୍ରିରୁ ଘଟିଥିବାରୁ ସ୍ଥାନୀୟଲୋକେ ନିଜ ନିଜ ଘରେ ଗଭୀର ନିଦରେ ଶୋଇଥିଲେ । ଅଗ୍ନିକାଣ୍ଡ ବିଷୟରେ ଜଣାପଡିଲା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ଏକ ଗାଈ ଜଳିଯାଇ ଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଘଟିବା ପରେ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି ।
ଶିମଳାରେ ଅଗ୍ନିକାଣ୍ଡ ; ଜଳିଗଲା ୭ଟି ଘର, ୧୬ ପରିବାର ପ୍ରଭାବିତ
Popular Categories



