www.samajalive.in
Saturday, December 6, 2025
19.1 C
Bhubaneswar

ଦୟାଳୁ ସ୍ବଭାବ ଦୂର କରିଥାଏ ଅବସାଦ

କୃପଣ ଲୋକଙ୍କୁ ସାଧାରଣତଃ ସମସ୍ତେ ବିରକ୍ତ ହୋଇଥାନ୍ତି। ଏହି କୃପଣ ବର୍ଗର ଲୋକ ଏକ ନିରାଟ ସତ୍ୟକୁ ଆଦୌ ଗ୍ରହଣ କରନ୍ତି ନାହିଁ ଯେ ଜୀବନ କ୍ଷଣସ୍ଥାୟୀ। ଏଣୁ ସ୍ବଳ୍ପ ଜୀବନକାଳରେ ଅନ୍ୟକୁ ସହାୟତା କରିବା ସହ ଦୟାଳୁ ହେବା ସର୍ବୋଚିତ ବ୍ୟବହାର ବୋଲି ବୈଜ୍ଞାନିକମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି। କାନାଡାର ୟାର୍କ ବିଶ୍ବବିଦ୍ୟାଳୟର ଗବେଷକ ଦଳ ପ୍ରାୟ ୬୪୦ଜଣ ଲୋକଙ୍କୁ ଏଇ ଗବେଷଣାରେ ସାମିଲ କରାଇବା ସହ ସେମାନଙ୍କ ପ୍ରକୃତି, ଆଚରଣକୁ ବରାବର ତଦାରଖ କରାଯାଇଥିଲା। ଲକ୍ଷ୍ୟ କରାଗଲା ଯେ କୃପଣ ବର୍ଗର ଲୋକେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ଧନସମ୍ପତ୍ତି ସେମାନଙ୍କ ପାଖରେ ଥିବା ସତ୍ତ୍ବେ ସେମାନଙ୍କ ଚିନ୍ତା ଯେ କିଭଳି ସେସବୁ ଦ୍ବିଗୁଣିତ ହେବ? ଏଇ ବର୍ଗର ଲୋ​‌େ​‌କ କୌଣସି କାମରେ ଆତ୍ମସନ୍ତୋଷ ପାଇପାରନ୍ତି ନାହିଁ। କୃପଣ ଲୋକଙ୍କ ଧାରଣା ସବୁବେଳେ ଥାଏ ଯେ କେବଳ ସେମାନଙ୍କ ପ୍ରାଚୁର୍ଯ୍ୟ କାରଣରୁ ହିଁ ଅନ୍ୟମାନେ ତାଙ୍କ ପଛରେ ଧାଇଁଥାନ୍ତି। ତେବେ ଦୟାଳୁ ବର୍ଗର ଲୋକେ ଟଙ୍କା ପଇସାର ଅଭାବ ଅସୁବିଧାକୁ ଏତେ ପରବାୟ କରୁନଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଏଇ ପ୍ରବୃତ୍ତି କାରଣରୁ ସେମାନେ ଅବସାଦଗ୍ରସ୍ତ ରୁହନ୍ତି ନାହିଁ। କେତେଜଣ ଦାନୀ ତଥା ଦୟାଳୁ ଲୋକଙ୍କ ମତାମତ ମଧ୍ୟ ଏ ସଂକ୍ରାନ୍ତରେ ନିଆଯାଇଥିଲା। ଜେନି ନାମ୍ନୀ ୬୬ ବର୍ଷୀୟା ମହିଳାଙ୍କ ମତରେ, ଯଦିଓ ସେ ଖୁବ୍ ଧନୀ ନୁହନ୍ତି, କିନ୍ତୁ ଅଭାବଅସୁବିଧା ମଧ୍ୟ ତାଙ୍କର ନାହିଁ। ଅନେକ ସମୟରେ ସୁପରମାର୍କେଟ୍‌ରୁ ଆବଶ୍ୟକ ସାମଗ୍ରୀ କିଣିବା ପରେ ସେ ଗରିବ ଲୋକଙ୍କୁ ଦାନ କରିଦିଅନ୍ତି। ଅନ୍ୟପାଖେ ୭୩ ବର୍ଷୀୟ ଷ୍ଟିଫେନ୍ କହିଛନ୍ତି, ଟଙ୍କା ଥିଲେ ମଣିଷମଣିଷକୁ ଚିହ୍ନେ। ଷ୍ଟିଫେନ୍‌‌ଙ୍କୁ ସାମାନ୍ୟ ଦାନ କରିବା ପାଇଁ ବିଶେଷଜ୍ଞ ଦଳ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଜୀବିତ ଥିବା ପର୍ଯ୍ୟନ୍ତ ଏସବୁ କରିପାରିବେ ନାହିଁ ବୋଲି ସ୍ପଷ୍ଟ କହିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories