୨୦୦୧ ଅକ୍ଟୋବର ୨୯ରେ ବାଲାଜୀ ଟେଲିଫିଲ୍ମସ୍ର ଧାରାବାହିକ ‘କସୌଟୀ ଜିନ୍ଦଗୀ କେ’ର ଟେଲିଭିଜନରେ ପ୍ରସାରିତ ହୋଇଥିଲା। ଏକତା କପୁର ନିର୍ଦେଶନା ଓ ପ୍ରଯୋଜନାରେ ଏହି ଧାରାବାହିକ ୭ ବର୍ଷ ପ୍ରସାରିତ ହୋଇଥିଲାବେଳେ ଟିଆରପିରେ ସବୁବେଳେ ଶୀର୍ଷରେ ଥିଲା। ମୋଟ୍ ୧୪୨୩ଟି ଏପିସୋଡ୍ ବିଶିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଅନୁରାଗ ବସୁ ଓ ପ୍ରେରଣା। ୨୦୦୮ ଫେବୃଆରୀ ୨୮ରେ ଏହି କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା। ତେବେ ଏକତା ପୁନଃ କିମିଆ କରି ଦେଖାଇଛନ୍ତି। ୧୦ ବର୍ଷ ପରେ ପୁଣି ଦର୍ଶକଙ୍କ ସମ୍ମୁଖକୁ ନେଇ ଆସିଛନ୍ତି ସେହି ଧାରାବାହିକର ଦ୍ବିତୀୟ ଭାଗ ‘କସୌଟୀ ଜିନ୍ଦଗୀ କେ’। ସେପ୍ଟେମ୍ବର ୨୫ରେ ପ୍ରସାରିତ ହୋଇଥିବା ଏଇ କାର୍ଯ୍ୟକ୍ରମର ଲୋକପ୍ରିୟତା ରାତାରାତି ବୃଦ୍ଧି ପାଇଛି। ମାତ୍ର ଗୋଟିଏ ସପ୍ତାହରେ ଏହାର ଦର୍ଶକଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି ବୋଲି ସର୍ବେକ୍ଷଣରୁ ପ୍ରକାଶିତ। ଏଥରକ ପ୍ରେରଣା ଚରିତ୍ରରେ ସୁନ୍ଦରୀ ଏରିକା ଫର୍ଣ୍ଣାଣ୍ଡିଜ୍ ଅବତୀର୍ଣ୍ଣ ହୋଇଥିବାବେଳେ ଅନୁରାଗଙ୍କ ଚରିତ୍ରରେ ପାର୍ଥ ସାମନ୍ଥନ୍ ଦେଖାଦେବେ। ଏହା ସହ ଚର୍ଚ୍ଚିତ କୋମୋଲିକା ଚରିତ୍ରରେ ହିନା ଖାନ୍ ଅଭିନୟ କରିଥିବାର ଶୁଣାଯାଉଛି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ କୋମୋଲିକା ଚରିତ୍ର ଦୃଶ୍ୟପଟକୁ ଆସିନାହିଁ।
Popular Categories



