ଅସାଧୁ କର୍ମଚାରୀଙ୍କୁ ଧରିବ ଲାଇ ଡିଟେକ୍ଟର

0

ହାଇଦ୍ରାବାଦ: ଏଣିକି ବାୟୋଡାଟା ବା ସିଭିରେ ଭୁଲ୍‍ ତଥ୍ୟ ଉଲ୍ଳେଖ କଲେ ଧରାପଡ଼ିବେ। ସାକ୍ଷାତକାର ପରେ ଏବଂ ନିଯୁକ୍ତି ପୂର୍ବରୁ କମ୍ପାନୀମାନେ ପ୍ରାର୍ଥୀଙ୍କୁ ଲାଇ ଡିଟେକ୍ଟର ବା ମିଛ ଧରା ଯନ୍ତ୍ର ଦ୍ୱାରା ପରୀକ୍ଷା କରିବା ପାଇଁ ଯୋଜନା କରୁଛନ୍ତି। କେବଳ ସେତିକି ନୁହେଁ କର୍ମଚାରୀଙ୍କ ସାଧୁତା, କର୍ତ୍ତବ୍ୟ ପରାୟଣତା ଓ ନିଷ୍ଠା ମାପିବା ପାଇଁ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଲାଇ ଡିଟେକ୍ଟରର ସାହାରା ନେବେ। ଗୋଟିଏ ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ୧୦ ରୁ ୧୫ ହଜାର ଟଙ୍କା ପଡ଼ୁଛି। ତଥାପି ଦୀର୍ଘକାଳୀନ ଲାଭ ଦୃଷ୍ଟିରୁ କମ୍ପାନୀମାନେ ଏହି ଖର୍ଚ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି।

Leave A Reply