www.samajalive.in
Saturday, December 6, 2025
14.1 C
Bhubaneswar

ଲି ଚୋଙ୍ଗ୍‍ ୱିଙ୍କୁ କ୍ୟାନସର

କୁଆଲାଲୁମ୍ପୁର : ମାଲେସିଆର ତାରକା ବ୍ୟାଡମିଣ୍ଟନ ଖେଳାଳି ଲି ଚୋଙ୍ଗ ୱିଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଛି। ତାଙ୍କ ନାକରେ କ୍ୟାନସର ହୋଇଥିବା ବେଳେ ତାଇୱାନ୍‍ରେ ଚିକିତ୍ସା ଚାଲିଛି। ବେଶ୍‍ କିଛିଦିନ ହେବ ଚୋଙ୍ଗ୍‍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ତାଙ୍କର ନାକରେ କ୍ୟାନସର ହୋଇଥିବା ଡାକ୍ତରମାନେ ସୂଚନା ଦେଇଥିଲେ।
ଗତ ଜୁଲାଇରୁ ସେ ଅଭ୍ୟାସ କରିବା ଛାଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ବିଶ୍ୱ ଚମ୍ପିଆନସିପ୍‍ ଓ ଏସୀୟ କ୍ରୀଡ଼ାରେ ଭାଗ ନେଇ ପାରିବେ ନାହିଁ ବୋଲି ମାଲେସିଆ ବ୍ୟାଡମିଣ୍ଟନ ଆସୋସିଏସନ୍‍ ତରଫରୁ ଘୋଷଣା କରାଯାଇଥିଲା। ଅଲିମ୍ପିକ୍‍ସରେ ୩ଟି ରୌପ୍ୟ ପଦକ ଜିତିଥିବା ଚୋଙ୍ଗ୍‍ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ କ୍ୟାନସର ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମାଲେସିଆ ବ୍ୟାଡମିଣ୍ଟନ୍‍ ଆସୋସିଏସନ୍‍ର ସଭାପତି ନୋରଜା ଜାକାରିଆ କହିଛନ୍ତି ନାକରେ କ୍ୟାନସର ହୋଇଥିବା ସ୍ପଷ୍ଟ ହୋଇଯିବା ପରେ ଚିକିତ୍ସା ନିମନ୍ତେ ଚୋଙ୍ଗ୍‍ ତାଇୱାନ୍‍ରେ ଅଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଠିକ୍‍ଠାକ୍‍ ଚାଲିଥିବା ବେଳେ ତାଙ୍କ ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଅଛନ୍ତି। ସୂଚନାଥାଉକି ମାଲେସିଆରେ ବ୍ୟାଡମିଣ୍ଟନ୍‍ ବେଶ୍‍ ଲୋକପ୍ରିୟ ଖେଳ। ଏହି ଦେଶର ଅନେକ ଖେଳାଳି ଅନ୍ତର୍ଜାତୀୟସ୍ତରରେ ବହୁ ସୁନାମ ଅର୍ଜନ କରିଛନ୍ତି। ଚୋଙ୍ଗ୍‍ ପୁରୁଷ ସିଙ୍ଗଲ୍‍ସ ବିଭାଗରେ ଅଲିମ୍ପିକ୍‍ସରେ ୩ଥର ସ୍ୱର୍ଣ୍ଣ ପଦକ ଜିତିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ। ଶେଷଥର ନିମନ୍ତେ ୨୦୧୬ ଅଲିମ୍ପିକ୍‍ସର ଫାଇନାଲରେ ସେ ଚୀନ୍‍ର ଚେନ୍‍ ଲଙ୍ଗଙ୍କ ଠାରୁ ପରାସ୍ତ ହୋଇଥିଲେ। ସେ ଆଉ ଅଲିମ୍ପିକ୍‍ସରେ ଭାଗ ନେବେ ନାହିଁ ବୋଲି ଚୋଙ୍ଗ୍‍ ସେତେବେଳେ ଘୋଷଣା କରିଥିଲେ। ୨୦୧୪ ବିଶ୍ୱ ଚମ୍ପିଆନସିପରେ ଖେଳୁଥିବା ବେଳେ ଚୋଙ୍ଗ୍‍ ଡୋପ୍‍ ଟେଷ୍ଟରେ ଧରାପଡ଼ି ଏକବର୍ଷ ପାଇଁ ବ୍ୟାଡମିଣ୍ଟନ୍‍ ଜଗତରୁ ଦୂରେଇ ରହିଥିଲେ। ବର୍ତ୍ତମାନ ସେ ମାନ୍ୟତାର ୪ନଂ ସ୍ଥାନରେ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories