www.samajalive.in
Saturday, December 6, 2025
16.1 C
Bhubaneswar

ହ୍ୱାଟ୍‍ସ୍‍ଆପ, ଟ୍ୱିଟର ମାଧ୍ୟମରେ ବିଶ୍ବକପ୍‌ର ପ୍ରଚାର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୬୬ ଦିନ ପରେ ଚତୁର୍ଦଶତମ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ହକି ମହାକୁମ୍ଭର ପ୍ରଚାର ଜୋରଦାର ଆଗେଇ ଚାଲିଛି। ଶନିବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବିଶ୍ୱକପ୍‍ର ଏକ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ଆନ୍ତର୍ଜାତିକ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା, ସିଇଓ ଏଲିନା ନର୍ମାନ୍‍, ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ପୁଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଗତ ଜୁଲାଇରେ ଲଣ୍ଡନରେ ମହିଳା ବିଶ୍ୱକପ ହକି ପ୍ରତିଯୋଗିତା ସମୟରେ ଓଡ଼ିଶା ପୁରୁଷ ହକି ବିଶ୍ୱକପର ପ୍ରଚାର କରା ଯାଇଥିବା ବେଳେ ଅଷ୍ଟ୍ରେଲିଆର ସିଡ୍‍ନୀ ଓ ଜର୍ମାନୀର ମ୍ୟୁନିକ୍‍ ସହରରେ ମଧ୍ୟ ପ୍ରଚାର ଲାଗି ନିଷ୍ପତ୍ତି ହୋଇଛି। ବିଦେଶ ସମେତ ଦେଶରେ ମଧ୍ୟ ହକି ବିଶ୍ୱକପର ଜୋରଦାର ପ୍ରଚାର କରାଯାଉଛି। ମାଇଁ ହାଟ୍‍ ବିଟ୍‍ ଫର ହକି ମାଧ୍ୟମରେ ପ୍ରଚାର କରା ଯାଉଥିବା ବେଳେ ରୋଡ ଶୋ, ହକି ଆଡ୍ଡା, ପାଠଶାଳା ଆଦି ଆୟୋଜିତ ହେଉଛି। ଏହାବାଦ୍‍ ରାଜ୍ୟ ସରକାର ହ୍ୱାଟର୍ସଆପ, ଟ୍ୱିଟର ମାଧ୍ୟମରେ ମଧ୍ୟ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସୋସିଆଲ ଗଣମାଧ୍ୟମ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କୁ ହକି ସହିତ ଯୋଡ଼ିବା ନେଇ ହ୍ୱାଟସ୍‍ଆପ ଓ ଟ୍ୱିଟରର ସହଯୋଗ ନିଆଯାଇଛି। ସେହିପରି ଓଡ଼ିଶା କ୍ୟାଟରର ଓ ଟେଣ୍ଟ ହାଉସ୍‍ ଆସୋସିଏସନ ପକ୍ଷରୁ ମାଲେସିଆରେ ମଧ୍ୟ ହକି ବିଶ୍ୱକପର ପ୍ରଚାର କରାଯାଇଛି। ଆସୋସିଏସନର ସଦସ୍ୟମାନେ ସେମାନଙ୍କ ବ୍ୟବସାୟିକ କାର୍ଯ୍ୟରେ ମାଲେସିଆ ଯାଇଥିଲେ। ସେମାନେ ଦୁଇଦିନ ଧରି ସେଠାରେ ବିଭିନ୍ନ ସ୍ଥାନରେ ହକି ବିଶ୍ୱକପର ପ୍ରଚାର କରିଥିବା ନେଇ ବିନୟ ଭୂଷଣ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେଠାକାର ଲୋକମାନେ ପ୍ରତିଯୋଗିତା ନେଇ ଆମ ରାଜ୍ୟ ବିଷୟରେ ବିଭିନ୍ନ କଥା ପଚାରି ବୁଝିଥିଲେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ବ୍ୟକ୍ତିଗତ ଭାବେ ହକି ବିଶ୍ୱକପର ପ୍ରଚାର ଅଭିଯାନରେ ସାମିଲ କରିବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦେଶକ ଭିନିଲ କ୍ରିଷ୍ଣା କହିଛନ୍ତି। ସେହିପରି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାଙ୍କକ୍‍, ଥାଇଲାଣ୍ଡରେ ହକି ବିଶ୍ୱକପର ପ୍ରଚାର କରାଯାଇଛି। ସେହିପରି ହକି ମାଧ୍ୟମରେ ରାଜ୍ୟର କଳା,ସଂସ୍କୃତି, ପର୍ଯ୍ୟଟନ ଶିଳ୍ପକୁ ବିଶ୍ୱବିଦିତ କରିବା ନେଇ ସରକାର ଆଗେଇ ଆସିଛନ୍ତି। ହକି ବିଶ୍ୱକପ ମାଧ୍ୟମରେ ଓଡ଼ିଶାର ସୁକ୍ଷ୍ମ କାରିଗରୀ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ଲକ୍ଷ୍ୟ ରଖାଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀକୁ ବିଶ୍ୱବ୍ୟାପୀ ପରିବ୍ୟାପ୍ତ କରିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ୧୬ଟି ଦେଶର ଖେଳାଳି ଓ ସହଯୋଗୀ ସଦସ୍ୟ, ଭିଆଇପି ଓ ପ୍ରତିନିଧିଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories