www.samajalive.in
Monday, December 8, 2025
14.1 C
Bhubaneswar

ଏଲଜି ସ୍ମାର୍ଟଫୋନର ଭେଲଭେଟ ଡୁଆଲ୍ ସ୍କ୍ରିନର ପ୍ରି-ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଏଲଜି ଇଣ୍ଡିଆ ମଧ୍ୟ ଗତ ମାସରେ ଭାରତରେ ଏଲଜି ୱିଙ୍ଗ ସହିତ ଏଲଜି ଭେଲଭେଟ ଲଞ୍ଚ କରିଥିଲା। ସ୍ନାପଡ୍ରାଗନ୍ ୮୪୫ ପ୍ରୋସେସର୍ ସହିତ ଭାରତରେ ଏଲଜି ଭେଲଭେଟ୍ ଲଞ୍ଚ ହୋଇଥିବାବେଳେ ସ୍ନାପଡ୍ରାଗନ୍ ୭୬୫ଜି ସହିତ ଏଲଜି ୱିଙ୍ଗ ଲଞ୍ଚ କରାଯାଇଥିଲା। ଏଲଜି ଭେଲଭେଟର ପ୍ରି-ବୁକିଂ ଫ୍ଲିପକାର୍ଟରୁ ଆରମ୍ଭ ହୋଇ ନଭେମ୍ବର ୧୨ରୁ ବିକ୍ରି ହେବ। ଏଲଜି ଭେଲଭେଟର ବିକ୍ରୟ ଅକ୍ଟୋବର ୩୦ରୁ ହେବାର ଥିଲା, ହେଲେ କୌଣସି କାରଣରୁ ତାହା ହୋଇ ନ ଥିଲା ।

ଏଲଜି ଭେଲଭେଟରେ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ ମୁଖ୍ୟ କ୍ୟାମେରା ହେଉଛି ୪୮ମେଗାପିକ୍ସେଲ । ଏହା ବ୍ୟତୀତ, ଫୋନ ପାଣି ଏବଂ ଧୂଳି ପ୍ରୁଫ୍ ପାଇଁ IP68 ରେଟିଂ ପାଇଛି । ଫୋନ୍ ସହିତ ଏକ ସ୍କ୍ରିନ୍ ମଧ୍ୟ ଅଛି ଯାହାକୁ ଅଲଗା କିଣିବାକୁ ପଡିବ। ଏହି ପରଦା ପରେ ଏଲଜି ଭେଲଭେଟ ମଧ୍ୟ ଏଲଜି ଜି୮ କ୍ୟୁ ପରି ଏକ ଡୁଆଲ୍ ସ୍କ୍ରିନ୍ ଫୋନ୍ ହୋଇଯିବ।

- Advertisement -

ଭାରତରେ, ଏଲଜି ଭେଲଭେଟର ମୂଲ୍ୟ ହେଉଛି ୩୬,୯୯୦ ଟଙ୍କା ରହିଛି। ଯଦି ଆପଣ ସ୍କ୍ରିନ୍ ସହିତ କିଣନ୍ତି, ତେବେ ଆପଣଙ୍କୁ ୪୯,୯୯୦ ଟଙ୍କା ଦେବାକୁ ପଡିବ। ଏହି ଫୋନକୁ ଅରୋରା ସିଲଭର ଏବଂ ବ୍ଲାକ୍ ରଙ୍ଗର ଭାରିଆଣ୍ଟରେ କିଣିପାରିବେ। ଯଦି ଆପଣ ଆମେରିକୀୟ ଏକ୍ସପ୍ରେସ କାର୍ଡ ଦ୍ବାରା ଏହାକୁ କ୍ରୟ କରିବେ ୫୦୦୦ ଟଙ୍କା ରିହାତି ମିଳିବଏଥି ସହିତ ଫେଡେରାଲ ବ୍ୟାଙ୍କର ଡେବିଟ୍ କାର୍ଡରେ ୧୦ ପ୍ରତିଶତ ରିହାତି ଏବଂ ଆରବିଏଲ୍ ବ୍ୟାଣ୍ଡର ଡେବିଟ୍ କାର୍ଡ ସହିତ ୫୦୦୦ ଟଙ୍କା ରିହାତି ରହିଛି।

ଏଥିରେ ଆଣ୍ଡ୍ରଏଡ୍ ୧୦ ଉପଲବ୍ଧ ରହିଛି। ଏହି ଫୋନରେ ୬.୮ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ଅଛି। ଫୋନର ଡିସପ୍ଲେ ସିନେମା ହେଉଛି ଫୁଲ୍ ଭିଜନ୍ POLED । ଏହା ବ୍ୟତୀତ ଫୋନରେ ସ୍ନାପଡ୍ରାଗନ୍ ୮୪୫ର ପ୍ରୋସେସର ଦିଆଯାଇଛି। ଏହା ଫୋନଟି ୬ଜିବି ରାମ ଏବଂ ୧୨୫ଜିବି ଷ୍ଟୋରେଜ୍ ରହିଛି। ମେମୋରୀ କାର୍ଡ ସାହାଯ୍ୟରେ ଷ୍ଟୋରେଜ୍ ୨ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।

ଏହି ଫୋନରେ ୪୮ ମେଗାପିକ୍ସେଲର ମୁଖ୍ୟ ଲେନ୍ସ ଦିଆଯାଇଥିବା ବେଳେ ଦ୍ୱିତୀୟ ଲେନ୍ସ ୮ ମେଗାପିକ୍ସେଲର ଓ୍ବାଇଡ ଲେନ୍ସ ଏବଂ ତୃତୀୟ ଲେନ୍ସ ହେଉଛି ୫ ମେଗାପିକ୍ସେଲର ଡେଫଥ ସେନସର। ସେଲଫି ପାଇଁ ୧୫ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି।
ଏହି ଏଲଜି ଫୋନରେ ୪୩୦୦ ଏମଏଚର ବ୍ୟାଟେରୀ ଅଛି ଯାହା କ୍ୱାଲକମ୍ କୁଇକ୍ ଚାର୍ଜ ୪+ କୁ ସମର୍ଥନ କରେ। ଏହି ଫୋନକୁ IP68 ରେଟିଂ ଦିଆଯାଇଛି। ଏହାକ ଓଜନ ୧୮୦ ଗ୍ରାମ ଏବଂ ଏଥିରେ ଏକ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର, LTE,  ୱାଇ-ଫାଇ, ବ୍ଲୁଟୁଥ୍ ୫.୧, NFC ଏବଂ USB ଟାଇପ୍-ସି ପୋର୍ଟ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories