ଓଡ଼ିଶାରେ ଅଧିକ ୧୯ଟି ପିଏସଏ ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପିଏମଓ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କୁ ଅନୁରୋଧ କରିଛନ୍ତି। ଏହି ମର୍ମରେ ଶ୍ରୀ ଷଡ଼ଙ୍ଗୀ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି, ରାଜ୍ୟରେ ୨୧ଟି ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ହେଉଥିବା ବେଳେ ୧୫ଟି କରୋନାପ୍ରବଣ ଜିଲ୍ଲାରେ ଅମ୍ଳଜାନ ଆବଶ୍ୟକତା ପୂରଣ କରିବା ପାଇଁ ଅଧିକ ୧୯ଟି ପ୍ଲାଣ୍ଟ୍ ସ୍ଥାପନର ଆବଶ୍ୟକତା ରହିଛି।
Dear Shri @DrJitendraSingh ji, I request you to kindly intervene in the matter and help facilitate setting up of 19 PSA oxygen plants in Odisha as per the proposal of the State Govt. from PM Cares Fund in the interest of effective #COVID critical care and treatment in the State. pic.twitter.com/G3hX7dcksJ
— Pratap Sarangi (@pcsarangi) May 17, 2021
ପୂର୍ବରୁ ରାଜ୍ୟ ସରକାର ବାଲେଶ୍ୱର, ବଲାଙ୍ଗିର, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁରରେ ଏହି ପ୍ଲାଣ୍ଟ୍ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ପି.ଏମ୍. କେୟାର୍ସ ପାଣ୍ଠିରୁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରି ଏହା ସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ଷଡ଼ଙ୍ଗୀ ତାଙ୍କ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ମୁକାବିଲା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଥିବା ଦର୍ଶାଇଛନ୍ତି।




