www.samajalive.in
Monday, December 15, 2025
15.1 C
Bhubaneswar

ରାତି ଅଧରେ ଥାନା ପରିସରରେ ଖେଳିଲେ ବାଘ ଛୁଆ; କାର୍ ରାମ୍ପି ଦେଇ ଜଙ୍ଗଲକୁ ପଳାଇଲେ

ଧର୍ମଗଡ଼: ଥାନା ପରିସରରେ ବାଘ। ଆପଣଙ୍କୁ ବୋଧେ କଥାଟା ବିଶ୍ବାସ ଲାଗୁନାହିଁ। କିନ୍ତୁ ଏହା ନିରାଟ ସତ୍ୟ। କଳାହାଣ୍ଡି ଜିଲା ଆମ୍ବପାଣି ଥାନା ପରିସରେକୁ ରାତି ଅଧରେ ବାଘ ପଶି ଆସିଥିଲା। ସେଠାରେ ଥିବା କାରକୁ ବାଘ ରାମ୍ପିଥିବା ଏବଂ ପାଦ ଚିହ୍ନ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ସିସିଟିଭି କଏଦ୍‌ ହୋଇଥିବା ଫୁଟେଜ୍‌ରୁ ଦୁଇଟି ଚିତାବାଘ ଛୁଆ ଦେଖିବାକୁ ମିଳିଥିଲା। ବାଘ ଛୁଆ ଦୁଇଟି ଥାନା ଫାଟକଠାରୁ ୨୦ ଫୁଟ ଦୂରରେ ଖେଳୁଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଣି ଖେଳି ଖେଳି ଫାଟକ ଦେଇ ପଳାଇଥିବା ଦୃଶ୍ୟ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଆମ୍ବପାଣି ଥାନା ଆଇଆଇସି ଏବଂ ଜଙ୍ଗଲ ବିଭାଗର ବନ ଅଧିକାରୀ ଏହାକୁ ଚିତାବାଘ ବୋଲି ପ୍ରକାଶ କରିଛନ୍ତି। ସିସିଟିଭି ଫୁଟେଜ୍‌ରେ ଦୁଇ ଚିତ୍ତାବାଘ ଛୁଆ ଦେଖିବାକୁ ମିଳିଥିଲା, କିନ୍ତୁ ମା’ ବାଘର ଫୁଟେଜ୍‌ ସିସିଟିଭିରୁ ଜଣାପଡ଼ି ନାହିଁ। ବୋଲି ସେମାନେ କହିଛନ୍ତି। ତେଣୁ ଜଙ୍ଗଲରୁ ଚିତାବାଘ ଗାଁବସତି ଆଡ଼କୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ଜଣାପଡ଼ିଛି। ତେଣୁ ଆମ୍ବପାଣି ଥାନା ପରିସରରେ ୨ଟି ଚିତାବାଘ ଛୁଆ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

- Advertisement -

ଆମ୍ବପାଣି ପୁଲିସ ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟ ଅଞ୍ଚଳରେ ଚିତ୍ତାବାଘ ଚଳପ୍ରଚଳ ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି। ପୁଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆମ୍ବପାଣି ବନ ଅଧିକାରୀ କହିଛନ୍ତି ଯେ ଆମପାଣି ଥାନା ପରିସରରେ ୨ ବାଘ ଛୁଆ ପଶି ଆସିଥିବା ସୂଚନା ମିଳିଛି। ୨ଟି କଲରାପତରିଆ ବାଘ ଛୁଆ ଥାନା ପରିସରକୁ ପଶି ଆସିଥିବା ସିସିଟିଭିରୁ ଜଣାପଡ଼ିଲା। ତେଣୁ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କିଛିଦିନ ତଳେ ଆମପାଣି ଘାଟିରେ କଲରାପତରିଆ ବାଘ ଦେଖାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories