www.samajalive.in
Sunday, December 14, 2025
23.1 C
Bhubaneswar

ବଲାଙ୍ଗିର ଜିଲାରେ ସଚେତନତା ପାଇଁ ଗଡିଲା ’ନିଧି ରଥ’

ବଲାଙ୍ଗିର : ବଲାଙ୍ଗିର ଜିଲାରେ ମୋ ମଶାରୀ ଅଭିଯାନ ଜରିଆରେ ମଶାରୀ ବ୍ୟବହାର, ମ୍ୟାଲେରିଆ ରୋଗର ନିରାକରଣ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବଲାଙ୍ଗିର ସଦର ତଥା ଜିଲାର ବିଭିନ୍ନ ବ୍ଲକରୁ ଗଡିଛି ନିଧି ରଥ।

ଶୁକ୍ରବାର ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ୫ଟି ନିଧି ରଥକୁ ଜିଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆଜିଠାରୁ ୨୨ ତାରିଖ ଯାଏଁ ପ୍ରତ୍ୟେକ ବ୍ଲକରୁ ଗାଁଗୁଡ଼ିକୁ ଯାଇ ଏହି ନିଧି ରଥ ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରିବ ବୋଲି ଜଣାପଡିଛି। ସେହିପରି ଆସନ୍ତା ୨୧ରୁ ୩୦ ତାରିଖ ଯାଏ ମଶାରୀ ବଣ୍ଟନ କରାଯିବ। ସୂଚନା ଅନୁସାରେ, ଜିଲାର ୪ଲକ୍ଷ ୫ହଜାର ୮୦୨ ପରିବାରକୁ ୧୦ଲକ୍ଷ ୨୫ହଜାର ୬୨ମଶାରୀ ବଣ୍ଟାଯିବ। ଏହି କାର୍ଯ୍ୟକ୍ରମରେ ୧୨ହଜାର ୭୧୦ ଜଣ ଆଶା, ଅଙ୍ଗନବାଡି, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ, ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯାଇଛି। ଆଜି ଜିଲାସ୍ତରରେ ଅନୁଷ୍ଠିତ ଏହି ନିଧି ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସିଡିଏମ୍ଓ ଡା.ଭୀମ ସାହୁ, ଜିଲା ଜନସ୍ୱାସ୍ଥ୍ୟ  ଅଧିକାରୀ ଡା.ଦିବ୍ୟ କିଶୋର ପତି, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମା ଡା.ତୁଷାର କୁମାର ଠାକୁର, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ନମିତା ମିଶ୍ର, ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରୀତାଞ୍ଜଳି ମିଶ୍ର, ଜିଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସୁରେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories