www.samajalive.in
Sunday, December 14, 2025
19.1 C
Bhubaneswar

ସ୍ବାଦିଷ୍ଟ ଲେମ୍ବୁ ଆଚାର କରିବାର ସହଜ ଉପାୟ

ଲେମ୍ବୁ ଆଚାର ଖାଇବା କାହାକୁ ପସନ୍ଦ ନୁହେଁ । ଏହାକୁ ଖାଇବା ଦ୍ବାରା ପେଟରେ କୌଣସି ସମସ୍ୟା ହୋଇନଥାଏ । କିନ୍ତୁ ଅନ୍ୟ ଆଚାର ଭଳି ଲେମ୍ବୁ ଆଚାର ପ୍ରସ୍ତୁତ କରିବାର ଉପାୟ ଟିକେ ଅଲଗା । ଯଦି ସଠିକ୍ ଉପାୟରେ ଲେମ୍ବୁ ଆଚାର ପ୍ରସ୍ତୁତ କରା ନ ଯାଏ ତେବେ ତାହାର ସ୍ବାଦ ଖରାପ ହୋଇପାରେ ।

ଲେମ୍ବୁ ଆଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଲେମ୍ବୁ କୁ ଦୁଇ ଫାଳ କରି କାଟି ଦିଅନ୍ତୁ । ପ୍ରତି ଫାଳକୁ ୪ଟି ଖଣ୍ଡରେ କାଟି ଦିଅନ୍ତୁ । ସେଥିରେ ମସଲା ଭରି ଦିଅନ୍ତୁ । ମସଲା ଯେତେ ଅଧିକ ହେବ, ଆଚାର ସେତିକି ସ୍ବଦିଷ୍ଟ ହେବ । ମସଲା ଭରିବା ପରେ ଏହାକୁ କାଚ ପାତ୍ର ବା ଚିନା ମାଟି ବୋତଲରେ ରଖନ୍ତୁ । ଧ୍ୟାନ ରଖିବେ ମସଲା ଓ ଲେମ୍ବୁ ରସରେ ​‌ଯେଭଳି ପାଣି ମିଶିବ ନାହିଁ । ଏହା ଦ୍ବାରା ଆଚାର ଖରାପ ହେବାର ସମ୍ଭାବନା ରହିଛି । ​‌ବୋତଲରେ ରଖିବା ପାରେ ଆଚାର ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଢାଙ୍କୁଣୀ ବନ୍ଦ କରି ରଖନ୍ତୁ ଏବଂ ମଝିରେ ମଝିରେ ଏହାକୁ ଓଲଟ ପାଲଟ କରନ୍ତୁ । ଆଚାର ବାହାର କରିବାରେ ଓଦା ହାତ ବା ଓଦା ଚାମଚ ବ୍ୟବହାର କରନ୍ତୁ ନାହିଁ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories