www.samajalive.in
Monday, December 15, 2025
17.1 C
Bhubaneswar

କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ନିରୋଧ ଆଲୋଚନାଚକ୍ର

ତିଗିରିଆ :  ତାଲୁକ ଆଇନସେବା କମିଟି ତିଗିରିଆ ଆନୁକୁଲ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଉପରେ ଏକ ଆଲୋଚନାଚକ୍ର ତିଗିରିଆ କୋର୍ଟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ତାଲୁକ ଆଇନସେବା କମିଟିର ଅଧ୍ୟକ୍ଷା ତଥା କୋର୍ଟର ବିଚାରପତି ପ୍ରେରଣାଶ୍ରୀ ଦେଓ ଅଧ୍ୟକ୍ଷତା କରି ମହିଳାମାନଙ୍କ ପ୍ରତି କାର୍ଯ୍ୟ କ୍ଷେତ୍ରରେ ହେଉଥିବା ବିଭିନ୍ନ ପ୍ରକାରର ଯୌନ ଆକ୍ରୋଶ ବିଷୟରେ ଆଲୋଚନା କରିବା ସହ ସେଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏହି ସଂକ୍ରାନ୍ତୀୟ ବିଭିନ୍ନ ମୋକଦ୍ଦମାର ସ୍ଥିରୀକୃତ ହୋଇଥିବା ସିଦ୍ଧାନ୍ତ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ମଙ୍ଗଳକୃଷ୍ଣ ଦାସ, ସୁବାଷ ଚନ୍ଦ୍ର ସାହୁ, ଚନ୍ଦ୍ରମଣି ପଣ୍ଡା, ରମେଶ ଚନ୍ଦ୍ର ମାଝୀ, ସୁଚିତ୍ର କୁମାର ସାହୁ, ଶାନ୍ତନୁ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲା ବେଳେ ଯୌନ ଆକ୍ରୋଶ କମିଟିର ଆଇନଜୀବୀ ସଭ୍ୟା ଅର୍ଚନା ସିଂ ସାମନ୍ତ, ଏନଜିଓ ସଭ୍ୟା ଦୀପାଞ୍ଜଳି ସାମନ୍ତ, କର୍ମଚାରୀ ସଭ୍ୟ ବିଜୟ କୁମାର ପାତ୍ର, ସଭ୍ୟା ଦେବସ୍ମୀତା ବାସ୍କେଙ୍କ ସହିତ କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ତାଲୁକ ଆଇନସେବା କମିଟିର ରିଟେନର ତଥା ଓକିଲ ସଂଘ ଉପସଭାପତି ଶ୍ରୀକାନ୍ତ କୁମାର ସାହୁ ଓ ସହାୟକ ସୂର୍ଯ୍ୟକାନ୍ତ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories