ଆଠଗଡ : ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ବୁଧବାର ଖୁଣ୍ଟକଟା ସବରସାହିରେ ଏଲଇଡି ବଲବ୍ ବଣ୍ଟନ କରାଯାଇଛି । ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଅନ୍ୟ ସହଯୋଗୀଙ୍କ ସହ ଖୁଣ୍ଟକଟାର ସବରସାହିରେ ବହୁ ଗରିବ ପରିବାରକୁ କମ୍ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଏଲଇଡି ବଲବ୍ ପ୍ରଦାନ କରିଥିଲେ । ଗ୍ରାମବାସୀ ବିକାଶ ମଞ୍ଚର ଏତାଦୃଶ ମହନୀୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଶ୍ରୀ ବସ୍ତିଆଙ୍କୁ କୃତଜ୍ଞତା ଜଣାଇଥିଲେ।
Popular Categories



