ଗୋପବନ୍ଧୁ ମହିଳା ସ୍ନାତକ କଲେଜରେ ବନ ମହୋତ୍ସବ

ଆଠଗଡ :  ବନ ମହୋତ୍ସବ ସପ୍ତାହ ଅବସରରେ ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜରେ ବୁଧବାର ସଚେତନତା ସଭା ସହିତ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କଲେଜର ଏନଏସଏସ୍, ଯୁବ ରେଡକ୍ରସ ଓ ମୋ କଲେଜ ଅଭିଯାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ସଙ୍ଗୀତା ମହାପାତ୍ର ଯୋଗଦେଇ ସମ୍ପ୍ରତି ବିଶ୍ୱ ପରିବେଶ ପ୍ରଦୂଷଣ ଜନିତ ସମସ୍ୟାରେ ଏବେ କବଳିତ ହୋଇଛି ଏବଂ ଏବେଠାରୁ ସଚେତନ ହୋଇ ପ୍ରତିକାର ନକଲେ ଆଗାମୀ ଦିନରେ ଆମେ ଓ ଆମ ଉତ୍ତରପୀଢିକୁ ଭୟାନକ ପରିସ୍ଥିତିର ସାମନା କରିବାକୁ ପଡିବ ବୋଲି ପ୍ରକାଶ କରିଥିଲେ । ତେଣୁ ପରିବେଶ ସୁରକ୍ଷା ଲାଗି ବ୍ୟାପକ ସବୁଜବଳୟ ସୃଷ୍ଟି ଓ ଜଙ୍ଗଲ ସମ୍ପଦର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏନଏସଏସ୍ ଯୋଜନା ଅଧିକାରୀ ଅଧ୍ୟାପିକା ବସିରା ବେଗମ, ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପିକା ଟ୍ଵିଙ୍କିଲ ମିଶ୍ର, ମୋ କଲେଜ ଅଭିଯାନର ସଂଯୋଜିକା ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ରଙ୍କ ତତ୍ତ୍ବାବଧାନରେ ସ୍ୱେଚ୍ଛାସେବୀ ଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପିକା ଓ କର୍ମଚାରୀ କଲେଜ ପରିସରରେ ବହୁ ସଂଖ୍ୟାରେ ବିଭିନ୍ନ ଫଳ, ଫୁଲ ଏବଂ ଔଷଧୀୟ ବୃକ୍ଷ ଚାରା ରୋପଣ

Comments are closed.