www.samajalive.in
Sunday, December 14, 2025
26.1 C
Bhubaneswar

ଲକ୍ଷ୍ମୀପୁରରେ ସବୁଜ ଭାରତ ପକ୍ଷରୁ ଚାରା ବଣ୍ଟନ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁରଠାରେ ଥିବା ସବୁଜ ଭାରତ ସଙ୍ଗଠନ ପକ୍ଷରୁ ଲୋକମାନଙ୍କୁ ଚାରା ବଣ୍ଟନ କରାଯାଇଛି । ଏହି ଅଞ୍ଚଳରେ ଗଛ ମଣିଷ ଭାବେ ପରିଚିତ ସଂଗଠନର ମୁଖ୍ୟ ଗୋପେଶ୍ଵର ଗରଡାଙ୍କ ଦ୍ବାରା ଶନିବାର ଦିନ ଲକ୍ଷ୍ମୀପୁର ବଜାରରେ ଲିମ୍ବ ଓ ଅଅଁଳା ଚାରା ବଣ୍ଟନ କରାଯାଇଛି । ଗତ କିଛି ସପ୍ତାହ ହେଲା ସେ ଏହି ଚାରା ବଣ୍ଟନ କରୁଛନ୍ତି ।  ସଦସ୍ୟ ସୁବାସ ମାଝୀ ଓ ଅନ୍ୟାନ୍ୟ ସଦସ୍ୟ ତାଙ୍କୁ ସହଯୋଗ କରିଥିଲେ । ଦୀର୍ଘ ବର୍ଷ ହେଲା ତାଙ୍କର ଉଦ୍ୟମରେ ଏହି ଚାରା ବଣ୍ଟନ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ , ମନ୍ଦିର ଓ ରାସ୍ତା କଡରେ ଚାରା ରୋପଣ ସହିତ ବଣ୍ଟନ ଜାରି ରଖିଛନ୍ତି । ଶ୍ରୀ ଗରଡ଼ା ଜଣେ ଜୀବନ ବୀମା କର୍ମଚାରୀ । କିନ୍ତୁ କୋରାପୁଟ ଜିଲାର ଲକ୍ଷ୍ମୀପୁର ସମେତ ଅନ୍ୟାନ୍ୟ ବ୍ଲକ ଓ ରାୟଗଡା ଜିଲାର ପଡୋଶୀ ବ୍ଲକର କେତେକ ସ୍ଥାନରେ ଓଡ଼ିଆ ଭାଷାର ଊନ୍ନିତ ପାଇଁ ବର୍ଣ୍ଣବୋଧ ବହି ସହିତ ଖାତା ଓ ଲିଖନ ସାମଗ୍ରୀ ବଣ୍ଟନ କରି ଆସୁଛନ୍ତି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories