www.samajalive.in
Saturday, December 6, 2025
26.1 C
Bhubaneswar

ଜନଜାତି ଓ ଆଦିବାସୀଙ୍କ କଲ୍ୟାଣ ବିନା ଓଡ଼ିଶାର ବିକାଶ ଅସମ୍ଭବ

ଗୋପାଳପୁର: ବିଶ୍ଵ ଜନଜାତି ଓ ଆଦିବାସୀ ଦିବସ ଉପଲକ୍ଷେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଭଷାବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜାଳୀ ଦାଶ ସଭାପତିତ୍ଵ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ଼. ବବିତା ସରଙ୍ଗଥେମ ଏକ ୱେବିନାର ବକ୍ତବ୍ୟ ପରିଚାଳନା କରିଥିଲେ। ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରଦ୍ୟୌଗିକ ସଂସ୍ଥାନର ପ୍ରାଧ୍ୟାପକ ଡ଼. ସାହିନୀ ଲେମାନିଆ “ତକନିକ ବ୍ୟବସ୍ଥାରେ ଆଦିବାସୀ ଭଷା” ବିଷୟରେ ବିଭିନ୍ନ ଦିଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଜନଜାତି ସମ୍ପ୍ରଦାୟର ବିକାଶ ବିନା କୌଣସି ଦେଶ, ରାଜ୍ୟର ବିକାଶ ସମ୍ଭବ ନୁହେଁ। ଆଦିବାସୀଙ୍କ ଭଷା, ସଂସ୍କୃତି, ଓ ସମୁଦାୟର ସୁରକ୍ଷା ଏବଂ ଶିକ୍ଷାର ପ୍ରସାର ବିନା କୌଣସି ଦେଶ, ରାଜ୍ୟର ବିକାଶ ହୋଇପାରେ ନାହିଁ। ଜନଜାତି ସମ୍ପ୍ରଦାୟର କଲ୍ୟାଣ ଓ ସେମାନଙ୍କ ସ୍ଵତନ୍ତ୍ର ପରିଚୟର ବିକାଶ ଓ ସୁରକ୍ଷା ପାଇଁ ସମସ୍ତ ସ୍ତରରେ ଉଦ୍ୟମ ଜାରି ରଖିବା ସମସ୍ତଙ୍କ ଏକ କର୍ତ୍ତବ୍ୟ ହେବା ଉଚ୍ଚିତ ବୋଲି ଡ଼. ଲେମାନିଆ ନିଜର ମତ ପୋଷଣ କରିଛନ୍ତି। ଏଠାରେ କହି ରଖିବା ଉଚିତ ଯେ ଓଡ଼ିଶା ପାଇଁ ଏହି ଦିନର ବିଶେଷ ଗୁରୁତ୍ଵ ରହିଛି। ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ। ଏହି ସଂଖ୍ୟା ୧୬୯ ଥିବାବେଳେ ସେଥିରୁ ୧୩ଟି ସମ୍ପ୍ରଦାୟ ଅତ୍ୟନ୍ତ ଅନୁନ୍ନତ ଜନଜାତିର। ଏହି ସଂଖ୍ୟା ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ସର୍ବାଧିକ। ଏମାନେ ଅତ୍ୟନ୍ତ ଭାବେ ଅନୁନ୍ନତ ସାମାଜିକ-ସାଂସ୍କୃତିକ ଜନଜାତି ଏବଂ ସାମାଜିକ-ରାଜନୈତିକ ମହତ୍ତ୍ଵ ଅଲଗା ଅଲଗା ଏବଂ ବାସ ସ୍ଥାନ ଦୃଷ୍ଟିକୋଣ ମଧ୍ୟ ଭିନ୍ନ ଦେଖାଯାଏ। ସଭାର ଅନ୍ତିମରେ ବିଭାଗର ବରିଷ୍ଠ ସହାୟକ ପ୍ରାଧ୍ୟାପକ, ଡ଼. ଅନୁପ କୁମାର କୁଜ୍ଜୁରୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories