www.samajalive.in
Sunday, December 14, 2025
26.1 C
Bhubaneswar

ଜନଜାତି ଓ ଆଦିବାସୀଙ୍କ କଲ୍ୟାଣ ବିନା ଓଡ଼ିଶାର ବିକାଶ ଅସମ୍ଭବ

ଗୋପାଳପୁର: ବିଶ୍ଵ ଜନଜାତି ଓ ଆଦିବାସୀ ଦିବସ ଉପଲକ୍ଷେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଭଷାବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜାଳୀ ଦାଶ ସଭାପତିତ୍ଵ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ଼. ବବିତା ସରଙ୍ଗଥେମ ଏକ ୱେବିନାର ବକ୍ତବ୍ୟ ପରିଚାଳନା କରିଥିଲେ। ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରଦ୍ୟୌଗିକ ସଂସ୍ଥାନର ପ୍ରାଧ୍ୟାପକ ଡ଼. ସାହିନୀ ଲେମାନିଆ “ତକନିକ ବ୍ୟବସ୍ଥାରେ ଆଦିବାସୀ ଭଷା” ବିଷୟରେ ବିଭିନ୍ନ ଦିଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଜନଜାତି ସମ୍ପ୍ରଦାୟର ବିକାଶ ବିନା କୌଣସି ଦେଶ, ରାଜ୍ୟର ବିକାଶ ସମ୍ଭବ ନୁହେଁ। ଆଦିବାସୀଙ୍କ ଭଷା, ସଂସ୍କୃତି, ଓ ସମୁଦାୟର ସୁରକ୍ଷା ଏବଂ ଶିକ୍ଷାର ପ୍ରସାର ବିନା କୌଣସି ଦେଶ, ରାଜ୍ୟର ବିକାଶ ହୋଇପାରେ ନାହିଁ। ଜନଜାତି ସମ୍ପ୍ରଦାୟର କଲ୍ୟାଣ ଓ ସେମାନଙ୍କ ସ୍ଵତନ୍ତ୍ର ପରିଚୟର ବିକାଶ ଓ ସୁରକ୍ଷା ପାଇଁ ସମସ୍ତ ସ୍ତରରେ ଉଦ୍ୟମ ଜାରି ରଖିବା ସମସ୍ତଙ୍କ ଏକ କର୍ତ୍ତବ୍ୟ ହେବା ଉଚ୍ଚିତ ବୋଲି ଡ଼. ଲେମାନିଆ ନିଜର ମତ ପୋଷଣ କରିଛନ୍ତି। ଏଠାରେ କହି ରଖିବା ଉଚିତ ଯେ ଓଡ଼ିଶା ପାଇଁ ଏହି ଦିନର ବିଶେଷ ଗୁରୁତ୍ଵ ରହିଛି। ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ। ଏହି ସଂଖ୍ୟା ୧୬୯ ଥିବାବେଳେ ସେଥିରୁ ୧୩ଟି ସମ୍ପ୍ରଦାୟ ଅତ୍ୟନ୍ତ ଅନୁନ୍ନତ ଜନଜାତିର। ଏହି ସଂଖ୍ୟା ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ସର୍ବାଧିକ। ଏମାନେ ଅତ୍ୟନ୍ତ ଭାବେ ଅନୁନ୍ନତ ସାମାଜିକ-ସାଂସ୍କୃତିକ ଜନଜାତି ଏବଂ ସାମାଜିକ-ରାଜନୈତିକ ମହତ୍ତ୍ଵ ଅଲଗା ଅଲଗା ଏବଂ ବାସ ସ୍ଥାନ ଦୃଷ୍ଟିକୋଣ ମଧ୍ୟ ଭିନ୍ନ ଦେଖାଯାଏ। ସଭାର ଅନ୍ତିମରେ ବିଭାଗର ବରିଷ୍ଠ ସହାୟକ ପ୍ରାଧ୍ୟାପକ, ଡ଼. ଅନୁପ କୁମାର କୁଜ୍ଜୁରୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories