ଦାରିଙ୍ଗବାଡି: ଗଞ୍ଜେଇ ଚୋରା ଚାଲାଣ ବେଳେ ଦାରିଙ୍ଗବାଡି ପୁଲିସ ଚଢ଼ଉ କରି ଗାଡ଼ି ସହ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଇନି ସାହି ଶଙ୍ଖ ନିକଟରେ ପୋଲିସ ଗାଡ଼ିକୁ ଅଟକାଇ ତନଖି କରିଥିଲା। ଏକ ପିକଅପ ଗାଡ଼ିରୁ ୧୦୦କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଚାଲାଣରେ ସଂପୃକ୍ତ ଡ୍ରାଇଭର ସହିତ ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବାଲିଗୁଡା ଥାନା ଅଞ୍ଚଳ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଜଗେରମାହା ଗ୍ରାମର ଏଲିଆସ ଦିଗାଳ (୨୭) ଏବଂ ସେହି ଗ୍ରାମର ସନୋଜ ପ୍ରଧାନ (୨୫) ବୋଲି ପୋଲିସ ସୂଚନା ଦେଇଛି।
Popular Categories



