www.samajalive.in
Monday, December 8, 2025
27.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବାଣିଜ୍ୟ ଓ ଅର୍ଥନୀତି ବିଭାଗରେ ଜାତୀୟ ସମ୍ମିଳନୀ

ଗୋପାଳପୁର: ସ୍ନାତକୋତ୍ତର ବାଣିଜ୍ୟ ଏବଂ ଅର୍ଥନୀତି ବିଭାଗ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ “ବିକଶିତ ଭାରତ ୨୦୪୭: ୟୁନିଅନ ବଜେଟ ଓ ଓଡ଼ିଶା ବଜେଟ ୨୦୨୪ ର ପ୍ରଭାବ” ବିଷୟରେ ଏକଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି, ଜଗଦଗୁରୁ କୃପାଳୁ ବିଶ୍ଵବିଦ୍ୟାଳୟର ଟ୍ରଷ୍ଟି ସଦସ୍ୟ ପ୍ରଫେସର ପ୍ରଫୁଲ୍ଲ ଧଳ, ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ବ୍ରହ୍ମପୁର ବିଶ୍ଵବଦ୍ୟାଳୟ ସ୍ନାତ୍ତକତ୍ତୋର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ,ପ୍ରତିଷ୍ଠାତା ତଥା ସି. ଇ.ଓ , ବିଶ୍ବବ୍ୟାଙ୍କର ସାମାଜିକ ବିକାଶ ଏବଂ ଯୁବ ପରାମର୍ଶଦାତା ଡ. ବିଭୁ ପ୍ରସାଦ ସାହୁ ପ୍ରମୁଖ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ସମ୍ମିଳନୀର ଉଦ୍ଦେଶ୍ୟ ଏବଂ ଚଳିତ ବଜେଟର ବିଭିନ୍ନ ଦିଗ ଉପରେ ଆଲୋକପାତ ଓ ସମୀକ୍ଷା କରିଥିଲେ। ସମ୍ମିଳନୀର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଫେସର ଭାଗବତ ପାତ୍ର, ପଞ୍ଚାନନ କାନୁନଗୋ  ପ୍ରକାଶ ଚନ୍ଦ୍ର ମିଶ୍ର , ପ୍ରଫେସର ପ୍ରଫୁଲ୍ଲ ଧଳ, ପ୍ରଫେସର୍ ବିଭୁ ପ୍ରସାଦ ସାହୁଙ୍କ ଦ୍ଵାରା ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା। ସମ୍ମିଳନୀର ତୃତୀୟ ପର୍ଯ୍ୟାୟରେ ଗବେଷକ ମାନଙ୍କ ଦ୍ଵାରା ୫୪ଟି ଗବେଷଣାତ୍ମକ ପତ୍ର ଉପସ୍ଥାପନ କରାଯାଇଥିଲା। ସଭା ଶେଷ ପର୍ଯ୍ୟାୟରେ ଭାରତ ସରକାରଙ୍କ ଏମ.ଏସ. ଏମ.ଇ ବିଭାଗ ସହକାରୀ ନିର୍ଦେଶକ ସନ୍ତୋଷ କୁମାର ସାହୁ ଓ ଗୋପାଳପୁର ପୋର୍ଟ  ରେଲୱେ ଡିଜିଏମ ବଳରାମ ବେହେରା  ଅତିଥି ଭାବରେ ଯୋଗଦେଇ ସେମାନଙ୍କର ମତ ପୋଷଣ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories