www.samajalive.in
Monday, December 15, 2025
17.1 C
Bhubaneswar

ଲକ୍ଷ୍ମୀପୁରରେ ହଳଦୀର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ପ୍ରଚୁର ପରିମାଣରେ ହଳଦୀ ଚାଷ ହେଉଛି। ଓଡ଼ିଶାରେ ବିକ୍ରିବଟାର ସୁବିଧା ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଲକ୍ଷ୍ମୀପୁର ଅଞ୍ଚଳ​‌େ​‌ର କେସକେରୀ ହଳଦୀର ଚାହିଦା ଜିଲା ଓ ରାଜ୍ୟ ବାହାରେ ରହିଛି। ଅନ୍ୟ ଅଞ୍ଚଳର ହଳଦୀ ଅପେକ୍ଷା ଏହାର ଅଧିକ ଗୁଣବତ୍ତା ରହିଛି। ଯେଉଁଥିପାଇଁ ଏହାର ଚାହିଦା ଅଧିକ।

ଚଳିତବର୍ଷ ଅଭାବୀ ବିକ୍ରି ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। କାରଣ ବିଗତ ବର୍ଷରେ ଏଠାକାର ହଳଦୀର ମୂଲ୍ୟ ଶହେ ଟଙ୍କାରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ରହୁଥିଲା। ବିଶେଷକରି ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗାଠାରୁ ଆରମ୍ଭ କରି ଧାମଣଗଣ୍ଡା, ବନ୍ଦିକାର, ଖାଲକଣା, ବୁର୍ଜା, ବଡ଼ସଙ୍ଖା, ଚିଲିଶଙ୍ଖା, ମାରବାଇଗୁଡା ଆଦି ଗ୍ରାମର ଆଦିବାସୀମାନେ ପ୍ରଚୁର ପରିମାଣ ହଳଦୀ ଚାଷ କରିଥାନ୍ତି। ଏପରିକି ବଡ଼ ଚାଷୀ ହଳଦୀ ବିକି ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି।

- Advertisement -

ଏହି ହଳଦୀରେ ଛତିଶଗଡ଼ର ରାୟପୁର ସହିତ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନର ବ୍ୟବସାୟୀ କିଣିନେଇ ବିଦେଶକୁ ରପ୍ତାନୀ କରୁଛନ୍ତି। ଗତବର୍ଷ ଜିଲା ପ୍ରଶାସନ ନିର୍ଦେଶରେ ସ୍ବୟଂସହାୟକ ଗୋଷ୍ଠୀ କିଲୋ ପିଛା ୮୦ ଟଙ୍କାରେ ହଳଦୀ କିଣି ୯୨ ଟଙ୍କାରେ ବିକ୍ରି କରୁଥିଲେ। କିନ୍ତୁ ଗତବର୍ଷ ରପ୍ତାନି ହ୍ରାସ ପାଇବାରୁ ଚଳିତ ବର୍ଷ ଆଉ ହଳଦୀ କିଣୁ ନ ଥିବା ଜଣାପଡ଼ିଛି।

ଏହି କାରଣରୁ ଚଳିତ ବର୍ଷ ହଳଦୀ ଦର ହ୍ରାସ ପାଇ କେବଳ ୪୦ ଟଙ୍କା ରହିଛି। ଖାଲି ସେତିକି ନୁହେଁ ଏହାର ଚାହିଦା ମଧ୍ୟ ନ ଥିବା ବ୍ୟବସାୟୀମାନେ କହୁଛନ୍ତି। ଯେଉଁଥିପାଇଁ ହଳଦୀ ଚାଷୀ ଉଚିତ୍ ମୂଲ୍ୟ ନ ପାଇ ଚିନ୍ତାରେ ପଡିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories