www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରସିଦ୍ଧ ଶୈବପୀଠ ରାସ୍ତାରେ ବିପଦ ସଙ୍କୁଳ ତୋରଣ, ଆଶଂକାରେ ପଥଚାରୀ

ଲକ୍ଷ୍ମୀପୁର: ପ୍ରସିଦ୍ଧ ଶୈବପୀଠ ରାସ୍ତାରେ ବିପଦ ସଙ୍କୁଳ ଭାବେ ଏକ ତୋରଣ ଠିଆ ହୋଇ ଥିବାବେଳେ କେତେ ବେଳେ ଯେ ପଥଚାରୀଙ୍କ ଉପରେ ପଡିଯିବ ତାହା କହି ହେବ ନାହିଁ । ଏହି ଭଳି ଭାବରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କୁସୁମଗୁଡା ନିକଟରେ ରହିଛି ଏକ ତୋରଣ । ତଳ ଚମ୍ପି, କୁଟୁଣୀପଦର ରାସ୍ତାରେ ଏହି ତୋରଣଟି ରହିଥିବା ବେଳେ ଏହିବାଟ ଦେଇ ଯାଇଥିବା ଯାନବାହାନ ଆରୋହୀଙ୍କ ଠାରୁ ଆରମ୍ଭ କରି ପଥଚାରୀ ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି ।

କୁଟୁଣୀପଦର ଠାରେ ରହିଛି ଏକ ପ୍ରସିଦ୍ଧ ଶୈବପିଠ । ଏହି ଶୈବପୀଠକୁ ଦର୍ଶନ କରିବାକୁ ଆସି ଜଣେ ଭକ୍ତ ତାଙ୍କର କୌଣସି ଏକ କାର୍ଯ୍ୟ ପାଇଁ ମାନସିକ କରି ତାହା ପୂରଣ ହେବାରୁ ଏହି ତୋରଣଟିକୁ କୁଆଡ଼େ ନିର୍ମାଣ କରିଥିଲେ । ତେବେ ତାହା ବର୍ତ୍ତମାନ ବିପଦ ପୂର୍ଣ୍ଣ ଭାବେ ଗୋଟିଏ ପଟକୁ ଢଳି ଛିଡ଼ା ହୋଇ ଥିବା ସହିତ କେତେବେଳେ ପଡିଯିବ ତାହା କହିବା ଅସମ୍ଭବ । ଏପରିକି ଏହି ସମୟରେ ଯଦି କୌଣସି ପଥଚାରୀ ଯାତାୟାତ କରୁଥାନ୍ତି କିମ୍ବା କୌଣସି ଯାନବାହାନ ଯାତାୟାତ କରୁଥାଏ ତେବେ ହତାହତ ହେବାର ଆଶଙ୍କା ରହିଛି। ସୂଚନା ଯୋଗ୍ୟ ଏହିକି କୁଟୁଣୀପଦର ପାହାଡ ଠାରେ ଉପରେ ଥିବା ଶୈବପୀଠକୁ କାର୍ତ୍ତିକ ମାସରେ ସବୁ ସୋମବାର ସହିତ ପଞ୍ଚୁକ, ଯାଗର, ଏବଂ ଅନ୍ୟାନ୍ୟ ସମୟ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସି ଥାଆନ୍ତା। ଏଠାରୁ ପ୍ରାୟ ୩ କିଲୋମିଟର ଦୂରରେ କୁସୁମଗୁଡା ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଉକ୍ତ ତୋରଣଟି ନିର୍ମାଣ କରାଯାଇଥିଲା। ଯାହା ଭକ୍ତଙ୍କୁ ଆକୃଷ୍ଟ କରୁଥିଲା, କିନ୍ତୁ ଏହା ବର୍ତ୍ତମାନ ଏଭଳି ବିପଦ ସଙ୍କୁଳ ଭାବେ ଥିବାରୁ ତାହାକୁ ଭାଙ୍ଗି ଆଉ ଏକ ତୋରଣ ନିର୍ମାଣ ପାଇଁ ଦାବି ହେଉଛି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories