www.samajalive.in
Wednesday, December 10, 2025
23.1 C
Bhubaneswar

ଗୋରୁ ବୋଝେଇ ଟ୍ରକ ଜବତ କଲା ଦେବସେନା

ଦ୍ୱାରଶୁଣି: ଅମାନୁଷିକ ଭାବେ ଚାଲିଛି ଗୋ ଚାଲାଣ । ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳ ଝାରପୋଖରିଆ ଥାନା ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍‌ ଜବତ କରିଛି ଦେବସେନା । ଟ୍ରକ୍‌ଟିକୁ ଅଟକ ରଖିବା ପରେ ଝାରପୋଖରିଆ ପୁଲିସକୁ ହସ୍ତାନ୍ତର କରିଛି । ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ସମୁଖ ଦେଇ ଗୋ ମାଫିଆ ମାନେ ପଶ୍ଚିମବଙ୍ଗ ଗୋ ଚାଲାଣ କରି ଆସୁଛନ୍ତି । ଦେବସେନାର ଓଡ଼ିଶା ଷ୍ଟେଟ ଭାଇସ ପ୍ରେସିଡେଣ୍ଟ ପ୍ରଦୀପ କୁମାର ଦାସ ଓ ବଜରଙ୍ଗ ଦଳର କିଛି ସାଥି ଭୋର ୪.୩୦ ସମୟରେ ବମ୍ବେ ଛକ ଗୋଳେଇ ନିକଟରେ ଗୋଟିଏ ବେଆଇନ ଗୋରୁ ବୋଝେଇ  ଚାଲାଣରେ ବ୍ୟବହୃତ ଓଡି ୧୯ଆର୨୩୮୮ ଟ୍ରକରୁ ୫୦ରୁ ଊର୍ଦ୍ଧ୍ଵ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ।

ତେବେ ଝାରପୋଖରିଆ ଥାନା ଅଞ୍ଚଳ ଦେଇ ବିଗତ ବର୍ଷ ବର୍ଷ ଧରି ପ୍ରତ୍ୟେକ ଦିନ ଚଲାପଥ, ପିକଅପ ଯୋଗେ ଓ ସପ୍ତାହର ନିର୍ଦ୍ଦିଷ୍ଟ ଦିନ ଗୁଡ଼ିକରେ ଟ୍ରକ ଓ କଣ୍ଟେନର ଯୋଗେ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗକୁ ଗୋଚାଲାଣ ହେଉଥିଲେ ବି ପୁଲିସ ପ୍ରଶାସନ ପକ୍ଷରୁ ମଝିରେ ମଝିରେ ଆଖି ଦୃଶିଆ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ତେବେ ଆଜି ଦେବସେନା, ବଜରଙ୍ଗ ଦଳ ମିଳିତ ପ୍ରୟାସରେ ଗରୁ ଟ୍ରକକୁ ଜବତ କରି ଝାରପୋଖରିଆ ପୁଲିସକୁ ହସ୍ତାନ୍ତର କରିଛନ୍ତି । କିଛି ଦିନ ପୂର୍ବରୁ ଜାମସୋଲା ଓ ବମ୍ବେଛକ ବଜାର ନିକଟରୁ ପୋଲିସ ୨ଟି ଗୋରୁ ଗାଡି ଜବଦ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଗୋ ମାଫିଆଙ୍କ ସହ ପୁଲିସର ଏକ ଡିଲ ଚାଲିଥିବା ଅଡିଓକୁ ନେଇ ୩ ପୁଲିସ କର୍ମଚାରୀ ସସପେଣ୍ଡ ମଧ୍ୟ ହୋଇଛନ୍ତି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories