www.samajalive.in
Wednesday, December 10, 2025
16.1 C
Bhubaneswar

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ ; ୭ ଜୀବନ୍ତ ଦଗ୍ଧ

ଇନ୍ଦୌର : ମଧ୍ୟପ୍ରଦେଶର ଇନ୍ଦୌର ସହରର ସ୍ୱର୍ଣ୍ଣବାଗ କଲୋନୀରେ ଏକ ୨ ମହଲା ବିଶିଷ୍ଟ କୋଠା ଘରେ ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନେକ ଆହତ ମଧ୍ୟ ହୋଇଛନ୍ତି। ଶନିବାର ଭୋର ସମୟରେ ଏହି ଦୁଃଖଦ ଘଟଣା ଘଟିଥିବା ନେଇ ଖବର ମିଳିଛି। ଲୋକେ ଗଭୀର ନିଦରେ ଶୋଇ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ଏହି କଲୋନୀ ଇନ୍ଦୌରର ବିଜୟ ନଗର ଅଞ୍ଚଳରେ ସ୍ଥିତ। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ମୃତକମାନେ ସେଠାରେ ଭଡାରେ ରହୁଥିଲେ। ସର୍ଟ ସର୍କିଟ କାରଣରୁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି। ନିଆଁ ଆୟତ୍ତ କରିବାକୁ ପ୍ରାୟ ୩ ଘଣ୍ଟା ଲାଗିଥିଲା ବୋଲି ପୁଲିସ ଠାରୁ ସୂଚନା ମିଳିଛି। ସର୍ଟ ସର୍କିଟ ପୂର୍ବରୁ ପାର୍କିରେ ଥିବା ଗାଡିରେ ନିଆଁ ଲାଗି ଏହା କ୍ରମଶଃ ବ୍ୟାପି ଘରେ ହୁ ହୁ ହୋଇ ଘର ଜଳିବାକୁ ଲାଗି ବାରୁ କେହି କିଛି କରିବା ପାଇଁ ସମୟ ପାଇନଥିଲେ ବୋଲି କୁହାଯାଉଛି।
ଘଟଣା ବିଷୟରେ ଖବର ପାଇ ଜିଲ୍ଲାପାଳ ହସ୍ପିଟାଲ ପହଞ୍ଚି ଆହତଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ଘଟଣାର ସଠିକ ତଦନ୍ତ କରାଯିବ ବୋଲି କହିଛନ୍ତି।
ଏହି ଘଟଣାରେ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ ଯୋଗେ ଳେଖିଛନ୍ତି, ଇନ୍ଦୌରର ସ୍ୱର୍ଣ୍ଣବାଗ କଲୋନୀରେ ସର୍ଟ ସର୍କିଟରୁ ହୋଇଥିବା ଅଘଟଣରେ ଅମୂଲ୍ୟ ଜୀବନ ଚାଲିଯାଇଛି। ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଈଶ୍ୱର ସେମାନଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ପରିଜନମାନଙ୍କୁ ଦୁଃଖକୁ ସାମ୍ନା କରିବାକୁ ଶକ୍ତି ଦିଅନ୍ତୁ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଘଟଣା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏଥିପାଇଁ ଦାୟୀ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories