ରାଜ୍ୟସଭାକୁ ଯିବେ ଚାରି ଜଣ, କୌଶଲ୍ୟାଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା

ଲକ୍ଷ୍ମୀପୁର: ରାଜ୍ୟସଭାରେ ଓଡ଼ିଶାର ୩ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବା ଓ ଅନ୍ୟ ଜଣେ ସାଂସଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପରେ ଏବେ ସେହି ଆସନ ପୂରଣ ପାଇଁ ଅଶାୟୀମାନଙ୍କ ଲମ୍ବା ତାଲିକା ଚର୍ଚ୍ଚାର ବିଷୟ ପାଲଟିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ କୌଶଲ୍ୟା ହିକକାଙ୍କୁ ରାଜ୍ୟସଭାକୁ ପଠାଯିବା ନେଇ ଚର୍ଚ୍ଚା ହେଉଛି। କୌଶଲ୍ୟା ହେଉଛନ୍ତି କୋରାପୁଟ ଲୋକସଭାର ପୁର୍ବତ୍ତନ ସାଂସଦ ଝିନ ହିକକାଙ୍କ ଧର୍ମ ପତ୍ନୀ। ସେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଶିକ୍ଷୟିତ୍ରୀ ଚାକିରୀ ଛାଡ଼ି କୋରାପୁଟ ଲୋକସଭା ମଣ୍ଡଳୀରୁ ବିଜେଡି ପକ୍ଷରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ। ତେବେ ଏଠାରେ କଂଗ୍ରେସ ପ୍ରାର୍ଥୀ ଇଂ ସପ୍ତଗିରି ଉଲ୍ଲାକା ଜିତିଥିଲେ। କୌଶଲ୍ୟା ଚାକିରୀ ଛାଡ଼ି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ସହିତ ତାଙ୍କ ସ୍ବାମୀ ଝିନ ହିକକା ବିଧାୟକ ଥିବାବେଳେ ୨୦୧୨ରେ ମାଓବାଦୀଙ୍କ ଦ୍ବାରା ଅପହରଣ ହୋଇଥିଲେ।

ଏହି ସମୟରେ ଝିନ ମାଓବାଦୀଙ୍କ କବଳରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଓ ବି କେ ପାଣ୍ଡିଆନ୍ ମଧ୍ୟ ଲକ୍ଷ୍ମୀପୁର ଆସି କୌଶଲ୍ୟା ଙ୍କୁ ଆଶ୍ବାସନା ଦେବା ସହିତ ସମସ୍ତ ବିଷୟ ପଚାରି ବୁଝିଥିଲେ ଯେଉଁଥିପାଇଁ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ କୃପା ଦୃଷ୍ଟି ସେବେଠାରୁ ରହିଥିବା କୁହାଯାଉଛି। ସେଥି ଯୋଗୁଁ କୌଶଲ୍ୟାଙ୍କୁ କୋରାପୁଟ ଲୋକସଭା ପ୍ରାର୍ଥୀ ଭାବେ ଦଳର ସୁପ୍ରିମୋ ତାଙ୍କୁ ଟିକେଟ୍ ଦେଇଥିଲେ, ତେବେ ପରାଜୟ ହେବା ପରେ ସେ କିଛି ବର୍ଷ ସେଭଳି ସକ୍ରିୟ ନଥିବା ବେଳେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କୁ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା।

ସେହିପରି ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ୭ ଟି ଜିଲ୍ଲା ପରିଷଦ ଜୋନ ମଧ୍ଯରୁ ୫ଟି ରେ କଂଗ୍ରେସ ପ୍ରାର୍ଥୀ ମାନେ ଜିତିଥିଲା ବେଳେ ବନ୍ଧୁଗାଁ ବ୍ଲକର ଦାୟିତ୍ବ ଝିନ ହିକକାଙ୍କୁ ପ୍ରଦାନ କରାଯାଇଥିଲା। ଏହି ଦୁଇଟି ଯାକ ଜୋନ ବିଜେଡି ହାତକୁ ଯାଇଛି, ଯେଉଁଥିପାଇଁ ଏକ ପ୍ରକାର ଏହାର ଶ୍ରେୟ ଝିନ ହିକକାଙ୍କୁ ଦିଆ ଯାଉଥିବା ଆଲୋଚନା ହେଉଛି। ତେବେ ଆଗାମୀ ଦିନରେ ରାଜନୈତିକ ଅଙ୍କକଷାର ଫଳ କଣ ହେବ, ତାହା ସମୟ ହିଁ କହିବ।

Comments are closed.