ଲକ୍ଷ୍ମୀପୁର : କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ

ଲକ୍ଷ୍ମୀପୁର : ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ କଂଗ୍ରେସ ପକ୍ଷରୁ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶତାଧିକ କର୍ମୀ ଆଶାୟୀ ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତା ଓ ବ୍ଲକ ସଭାପତି କୈଳାସ ଚନ୍ଦ୍ର ଖୋସଲାଙ୍କ  ନେତୃତ୍ଵରେ ପଟୁଆରରେ ବାହାରି ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏଠାରେ ସରକାରଙ୍କ ବିରୋଧରେ କହିବା ସହିତ ଦୁର୍ନୀତିରେ ସରକାର ବୁଡ଼ି ଗଲାଣି, ବିଭିନ୍ନ ବିଭାଗରେ ହାତଗୁଞ୍ଜା, ପିସି ନଦେଲେ ହେଉନାହିଁ । ଏପରିକି ପଞ୍ଚାୟତ ସମିତି ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ବିଦ୍ୟୁତ କାଟ, କୃଷି ଜାତ ଦ୍ରବ୍ୟର ଅଭାବୀ ବିକ୍ରି, ଇନ୍ଦିରା ଆବାସ ଠାରୁ ଆରମ୍ଭ କରି ଭତ୍ତା ପାଇବା ପାଇଁ ଟଙ୍କା ନଦେଲେ ଲୋକମାନଙ୍କୁ ମିଳୁନାହିଁ।  ଗରିବ ଗୁରୁବା ମାନେ ଏଥିଯୋଗୁଁ ଅତିଷ୍ଠ ହୋଇ ପଡିଲେଣି । କଂଗ୍ରେସ ସମୟରେ ଏଭଳି ନଥିଲା । ଆଉ ବେଶୀ ଦିନ ନୁହେଁ, ଆଗାମୀ ୨୦୨୪ ନିର୍ବାଚନରେ ଲୋକେ ଉପଯୁକ୍ତ ଶିକ୍ଷା ଦେବେ ବୋଲି କଂଗ୍ରେସ ନେତାଏ କହିଥିଲେ। ଗୋଷ୍ଠୀ ଊନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ ରଥଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଏଠାରେ ଆଶାୟୀ ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତାଙ୍କ ସହିତ ସଭାପତି ଶ୍ରୀ ଖୋସଲା, ଜିଲା ପରିଷଦ ସଦସ୍ୟ ହିଙ୍ଗୁ ସାଉନ୍ତା, ପିଙ୍କି ହିମିରିକା, ୧୩ଟି ପଞ୍ଚାୟତର ସଭାପତି ଓ ୨୦ ଜଣିଆ ସଦସ୍ୟଙ୍କ ସହିତ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ମଣ୍ଟି ଖରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.