www.samajalive.in
Saturday, December 6, 2025
23.1 C
Bhubaneswar

୩ ଜିଲାରେ ଗଡିଲା ଲକ୍ଷ୍ମୀ ବସ: ଭିଡ଼ିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଉ ୩ଜିଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି । ଦେବଗଡ, ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି ଲକ୍ଷ୍ମୀ ବସ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଯୋଜନା ପ୍ରଥମେ ମାଲକାନଗିରି ଜିଲାରେ ଆରମ୍ଭ ହୋଇଥିଲା । ପର୍ଯ୍ୟାୟକ୍ରମେ ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲାବାସୀ ମଧ୍ୟ ଏହି ସେବା ପାଇଥିଲେ । ବୁଧବାର ଏଥିରେ ଆଉ ୩ଟି ଜିଲା ସାମିଲ ହୋଇଛନ୍ତି ।

୫-ଟି ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌ ସେବା । ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲାରେ ଏହି ବସ ଚାଲିବାକୁ ଲକ୍ଷ୍ୟ ରଖାଯାଇଛି । ବୁଧବାର ଶୁଭାରମ୍ଭ ହୋଇଥିବା ବେଳେ ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍ ଚାଲିବ । ମୋଟ ୨୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍ ଚାଲିବା ସହ ଉପକୃତ ହେବେ ୩ ଲକ୍ଷ ଲୋକ । ସେହିପରି ଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍ ଚାଲିବା ସହ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ଢେଙ୍କାନାଳ ଜିଲାରେ ୧୯୫ଟି ପଞ୍ଚାୟତରେ ୫୫ଟି ବସ୍ ଚାଲିବ । ଏଠାରେ ୧୩ ଲକ୍ଷ ଲୋକ ଉପକୃତ ହେବେ ।

- Advertisement -

ଏହି ଯୋଜନାରେ ପଂଚାୟତରୁ ବ୍ଲକକୁ ବସ ଚଳାଚଳର ସୁବିଧା ଯୋଗାଇ ଦିଆଯାଉଛି । ସାରା ରାଜ୍ୟରେ ୧୦୦୦ରୁ ଅଧି କବସ ଚାଲିବ । ଏହା ଦ୍ୱାରା ମିଶନ ଶକ୍ତି ମା ମାନଙ୍କୁ ବସ ପରିଚାଳନା ଦାୟିତ୍ୱ ଦିଆଯାଇଛି ।

 

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories