www.samajalive.in
Saturday, December 13, 2025
26.1 C
Bhubaneswar

ଅଦମ୍ୟ ବୀରତ୍ୱର ଉଦାହରଣ ସହିଦ ଲକ୍ଷ୍ମଣ ନାୟକ

ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡ଼ିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକୁ ଅତିକ୍ରମ କରି ସେମାନଙ୍କର ଦେଶପ୍ରେମ, ଜାତୀୟତାବୋଧ ଓ ସ୍ୱାଭିମାନର ପରିଚୟ ଦେବାକୁ କେବେ ଭୁଲି ନାହାନ୍ତି। ସେଭଳି ଜଣେ ମହାନ ଆତ୍ମା ହେଉଛନ୍ତି ସହିଦ ଲକ୍ଷ୍ମଣ ନାୟକ ।୨୨ ନଭେମ୍ବର ୧୮୯୯ ମସିହାରେ ମାଲକାନଗିରି ତାଲୁକର ତେନ୍ତୁଳିଗୁମ୍ମା ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ପରାଧୀନ ଭାରତବର୍ଷରେ ମହାଜନ ଓ ବ୍ରିଟିଶ ଶାସକଙ୍କ ଅତ୍ୟାଚାର ବିରୋଧରେ ଲଢେଇ କରି ବୀର ଲକ୍ଷ୍ମଣ ନାୟକ ସହିଦ ହୋଇଥିଲେ।

ଶହ ଶହ ବର୍ଷର ପରାଧୀନତାର ଶୃଙ୍ଖଳକୁ ଛିନ୍ନ କରିବା ପାଇଁ ଓଡ଼ିଶାର ମୁକ୍ତିଯୁଦ୍ଧର ନିର୍ଭୀକ ସୈନିକମାନଙ୍କ ଅଦମ୍ୟ ବୀରତ୍ୱ, ଅପୂର୍ବ ଧୈର୍ଯ୍ୟ, ଅସୀମ ସାହସ ଓ ନିର୍ଭୀକତା ପରିଚୟ ବିଶ୍ୱ ଇତିହାସରେ ଉଦାହରଣ ସୃଷ୍ଟି କରିଛି। ଜନନୀ -ଜନ୍ମଭୂମିର ଦାସତ୍ୱ ବନ୍ଧନକୁ ଛିନ୍ନ କରିବା ପାଇଁ ସୁଯୋଗ୍ୟ ସନ୍ତାନମାନଙ୍କର ବଳିଦାନକୁ ଏ ଜାତି କେବେ ବି ଅସ୍ୱୀକାର କରିପାରିବ ନାହିଁ। ଓଡ଼ିଶାର ନିଘଞ୍ଚ ଅରଣ୍ୟାନୀର ଆଦିବାସୀ ସଂପ୍ରଦାୟର ମୁକ୍ତି ସଂଗ୍ରାମରେ ଯୋଗଦାନ ଯେପରି ବିସ୍ମୟୋଦ୍ଦୀପକ ସେହିପରି ରୋମାଞ୍ଚକର। ସେହି ସମର ଯୁଗର ଅମରଗାଥା ଆଜି ଇତିହାସର ମୂକସାକ୍ଷୀ। କୋରାପୁଟ ଜିଲାରେ ଭାରତଛାଡ଼ ଆନ୍ଦୋଳନର ନେତୃତ୍ୱ ନେଇଥିବା ଆଦିବାସୀ ବୀର ଲକ୍ଷ୍ମଣ ନାୟକଙ୍କ ଅସାଧାରଣ ଦେଶପ୍ରେମ, ଅଦ୍ୟମ ସାହସ ଓ ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସୀମ ତ୍ୟାଗ ଏ ଜାତି ପାଇଁ ଗର୍ବ ଓ ଗୌରବ। ୧୯୪୨ ଅଗଷ୍ଟ ୨୧ରେ ଲକ୍ଷ୍ମଣ ନାୟକ ଶତାଧିକ ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ମାଥିଲି ହାଟରେ ବିକ୍ଷୋଭ କରୁଥିବା ବେଳେ ପୁଲିସ ଗୁଳି ଚାଳନା କରିଥିଲା। ବହୁ କଷ୍ଟରେ ସେଥିରୁ ନିଜକୁ ବଞ୍ଚାଇଥିଲେ। ଏହା ପରେ ପୁଲିସ ତାଙ୍କୁ ଗିରଫ କରି କୋରାପୁଟ ଜେଲରେ ରଖିଥିଲା। ବିଚାର ପରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ୨୯ ମାର୍ଚ୍ଚ ୧୯୪୩ ମସିହାରେ ଏହି ମହାନ ସହିଦ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories