www.samajalive.in
Sunday, December 7, 2025
26.1 C
Bhubaneswar

୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା

ଭୁବନେଶ୍ଵର: ୨୦ ଲକ୍ଷ ଟଙ୍କା ପାଇଁ ପୁଲିସ୍‌ କନଷ୍ଟେବଳ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି। ଆଜି ବିଧାନସଭାରେ ମୁଲତବୀ ଆଲୋଚନାବେଳେ ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା। ବୀମା ଅର୍ଥ ପାଇବାକୁ ହତ୍ୟା କରିଥିବା କହିଛନ୍ତି ଆଇନ୍ ମନ୍ତ୍ରୀ।

ଆହୁରି ମଧ୍ୟ ସେ କହିଥିଲେ ବିଜେଡି ଶାସନରେ ଶାସକ ଦଳର ସରଣରେ ଅପରାଧିମାନେ ରହୁଥିଲେ। ମୁଖ୍ୟମନ୍ତ୍ରୀ କେବଳ ଆଇନ୍ ତା ବାଟରେ କହି ଖସି ଯାଉଥିଲେ। ହେଲେ ଏବେ ସେ ପରିସ୍ଥିତି ନାହିଁ। ପୁଲିସ କନେଷ୍ଟବଲ ହତ୍ୟା ମାମଲା ଅତି ସମ୍ବେଦନଶୀଳ ଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ୨୦୧୮ ମସିହାରେ ପ୍ରଥମ ବିବାହ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ କରିଥିଲେ। ଯେତେବେଳେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହେଲା ସେତେବେଳେ ଗାଡ଼ିର କିଛି କ୍ଷତି ହେଲାନି ।

- Advertisement -

କେବଳ ମହିଳାଙ୍କର ମୃତ୍ୟୁ ହେଲା । ଆଉ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣା ବେଳେ ରାଉରକେଲାରେ ଥିଲା । ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ବେଳେ କାହାର ସରକାର ଥିଲା ମୁଁ ଜାଣିବାକୁ ଚାହୁଁଛି। ପୁଲିସ ତଦନ୍ତ କରି ମାମଲା ରଫାଦଫା କରିଦେଲେ । ମାତ୍ର ୧୦ ଦିନରେ କିନ୍ତୁ ଶୁଭମିତ୍ରା ହତ୍ୟାକାରୀ ଧରା ପଡ଼ିଛି । ଏଇଠି ମୁଁ ଗୃହରେ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଆମ ସରକାର ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ଗ୍ରହଣ କରିଛି। ତ୍ଵରିତ ପଦକ୍ଷେପ ନିଆଯାଇଛି।

ମୁଁ ପରିସଂଖ୍ୟାନ ଦେବାକୁ ଚାହିଁ କହୁଛି, ଆମ ପୁଲିସ୍‌ ସବୁ ଘଟଣାରେ ମାତ୍ର ଦୁଇରୁ ତିନି ଦିନ ମଧ୍ୟରେ ଅପରାଧି ଧରା ପଡ଼ିଛନ୍ତି। ପୋଲିସ ଆଉ ପ୍ରଶାସନ ସରକାରଙ୍କ ସହ ମିଶି ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଠି ଗୋଟେ ପ୍ରଶ୍ନ ଯେ ଶତବ୍ଦୀର ସବୁଠାରୁ ବଡ଼ ହତ୍ୟା ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା କଥା ଏଠି ସାମିଲ କଲେ ଆମେ ଖୁସି ହେବୁ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories