www.samajalive.in
Friday, December 5, 2025
26.1 C
Bhubaneswar

ବହୁତ ଶସ୍ତା ହେଲା ସାମ୍‌ସଙ୍ଗର ଜବରଦସ୍ତ ଫିଚରର୍‌ ଏସବୁ ଫୋନ୍

ନୂଆଦିଲ୍ଲୀ : ସାମ୍‌ସଙ୍ଗ ଗ୍ୟାଲେକ୍ସି ଏସ୨୪ ଅଲଟ୍ରାକୁ ସବୁଠାରୁ କମ୍‌ ଦାମ୍‌ରେ କିଣିବା ପାଇଁ ସୁଯୋଗ ମିଳିଛି । ସାମ୍‌ସଙ୍ଗର ଏହି ୨୦୦ ଏମପି କ୍ୟାମେରା ବିଶିଷ୍ଟ ଫ୍ଲାଗ୍‌ସିପ୍‌ ଫୋନ୍‌ ଏହାର ଲଞ୍ଚ ମୂଲ୍ୟଠାରୁ ୫୮,୦୦୦ ପର୍ଯ୍ୟନ୍ତ କମ୍‌ ମୂଲ୍ୟରେ ଉପଲବ୍ଧ ହେବ । ଆମାଜନ୍‌ ଏବଂ ଫ୍ଲିପକାର୍ଟ ବ୍ୟତୀତ ଏହି ଫୋନ୍‌ କମ୍ପାନୀର ଅଫିସିଆଲ୍‌ ୱେବସାଇଟ୍‌ରେ ମଧ୍ୟ ଏହାର ଲଞ୍ଚ ମୂଲ୍ୟଠାରୁ କମ୍‌ ଦାମ୍‌ରେ ମିଳିବ । ଫୋନ୍‌ କିଣିବା ଉପରେ ବ୍ୟାଙ୍କ ରିହାତି, ନୋ-କଷ୍ଟ ଇଏମଆଇ ଏବଂ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ଉପଲବ୍ଧ ହୋଇପାରିବ । ଫେଷ୍ଟିବଲ୍‌ ଅଫରର ଅଂଶ ଭାବରେ ସାମସଙ୍ଗ ଏହାର ଅନେକ ସ୍ମାର୍ଟଫୋନ୍‌ର ମୂଲ୍ୟ ହ୍ରାସ କରିଛି ।

ଏହି ଫୋନଟି ୧,୨୯,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଥିଲା। ମୂଲ୍ୟ ହ୍ରାସ ପରେ, ଏହା ୭୧,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେବ। ଏହି ଫୋନଟି ୧୨ ଜିବି/୧୬ଜିବି ର‌୍ୟାମ୍‌ ଏବଂ ୨୫୬ଜିବି/୫୧୨ଜିବି/୧ଟିବି ଷ୍ଟୋରେଜକୁ ସମର୍ଥନ କରେ। ଏହା ବ୍ୟତୀତ, କମ୍ପାନୀ ଏହି ସିରିଜର ଗ୍ୟାଲେକ୍ସି ଏସ୨୪ ଏବଂ ଗ୍ୟାଲେକ୍ସି ଏସ୨୪ ଏଫଇର ମୂଲ୍ୟ ମଧ୍ୟ ହ୍ରାସ କରିଛି।

- Advertisement -

ମୂଲ୍ୟ ହ୍ରାସ ପରେ ଗ୍ୟାଲେକ୍ସି ଏସ୨୪କୁ ୩୯,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଘରକୁ ଆଣିପାରିବେ। ଏହି ଫୋନଟି ୭୪,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଥିଲା। ୨୯,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଘରକୁ ଗ୍ୟାଲେକ୍ସି ଏସ୨୪ ଏଫଇ ଆଣିପାରିବେ। ଏହା ୫୯,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ ହୋଇଥିଲା।

ମହାଲକ୍ଷ୍ମୀ ରାଜଯୋଗ ସହ ଦୁର୍ଲ୍ଲଭ ସଂଯୋଗ: ଏହି ୩ ରାଶି ହେବେ ହଠାତ୍‌ ଧନୀ..

ସାବଧାନ.. ଡେଙ୍ଗୁ ମଶା କାମୁଡିବା ପରେ ଦେଖାଯାଏ ଏହି ୫ ଲକ୍ଷଣ

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories