ଭୁବନେଶ୍ଵର : ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ଵକୁ ଦୋହଲାଇଦେଇଛି। ସବୁଠି ଏହି ଘଟଣାକୁ ନିନ୍ଦା କରାଯାଉଛି। ଏହାରି ଭିତରେ ଆତଙ୍କୀ ହମଲା ପରେ ପୁରା ସଜାଗ ଅଛନ୍ତି ରାଜ୍ୟ ସରକାର। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଘଟଣାକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ରହିଥିବା ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ନିର୍ଦେଶ ଦିଆଯାଇଛି।
Popular Categories



