www.samajalive.in
Sunday, December 14, 2025
17.1 C
Bhubaneswar

ଡକାୟତି ଓ ଗଣଦୁଷ୍କର୍ମ : ୭ ଗିରଫ

ଲାଠିକଟା : ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଗୋଟିଧର ଠାରେ ଥିବା ଏକ ବନ୍ଦ କ୍ରସରରେ ଡକାୟତି କରିବାକୁ ଯାଇ ଜନୈକ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ୭ ଜଣ ଡକାୟତଙ୍କୁ ଗିରଫ କରିଛି। ଗିରଫ ମଧ୍ୟରୁ ୩ ଜଣଙ୍କ ନାମରେ ଡକାୟତି ସହ ଗଣ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ଘଟଣା ବିଷୟରେ ବ୍ରାହ୍ମଣୀତରଙ୍ଗ ଥାନାରେ ଏକ ସମ୍ବାଦିକ ସମ୍ମିଳନୀରେ ରାଉରକେଲା ଆରକ୍ଷୀ ଅଧିକ୍ଷକ କେ.ଶିବା ଶୁବ୍ରମଣି ସୂଚନା ଦେଇ କହିଛନ୍ତି, ଗତ ୨୩ ତାରିଖ ବିଳମ୍ବିତ ରାତିରେ ୮ ଜଣ ଯୁବକ ଏକ କ୍ରସର ୟୁନିଟ୍‌ରେ ଡକାୟତି କରିବାକୁ ଯାଇଥିଲେ। ସେଠାରୁ ବିଭିନ୍ନ ପ୍ରକାର ମୂଲ୍ୟବାନ ମୋଟର ଗୁଡ଼ିକ ନେଇଯିବାପରେ ଉକ୍ତ ଡକାୟତଙ୍କ ମଧ୍ୟରୁ ୩ ଜଣ ଡକାୟତ କ୍ରସରରେ ରହୁଥିବା ଜନୈକ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏହି ବାବଦରେ ୨୪ ତାରିଖରେ ଥାନାରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ଏହାର ତଦନ୍ତ କରି ଆଜି ୭ ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି। ଗିରଫ ଡକାୟତ ଦଳ ନିକଟରୁ ୭ଟି ମୋଟର, ୬ଟି ମୋବାଇଲ ଫୋନ, ଗୋଟିଏ ଗଇଁତି, ଗୋଟିଏ ଠେଙ୍ଗା, ଟାଟା ମ୍ୟାଜିକ ଅଟୋ ( ନଂ. ଓଡି୧୪ଆର-୬୫୭୧) ଓ ଏକ ବାଇକ (ନଂ. ଓଡି୧୪ଏଫ-୫୮୧୯)କୁ ପୁଲିସ ଜବତ କରିଛି।

ପ୍ରକାଶ ଥାଉ କି,  ଗତ ୨୩ ତାରିଖରେ ବଲଣ୍ଡା ଅଞ୍ଚଳର ୨ ଜଣ, ମାଣ୍ଡିଆକୁଦରର ଜଣେ, ଭାଲୁପତ୍ରାର ଜଣେ, ରାଉରକେଲା ଗୁରୁଦ୍ୱାରା ଅଞ୍ଚଳର ଜଣେ, ବନ୍ଧମୁଣ୍ଡା ଫଟାପାଇପର ଜଣେ ଏବଂ କୋଇଲା ଗେଟ ଅଞ୍ଚଳର ଜଣେ ଏବଂ ଅନ୍ୟ ଜଣେ ସମୁଦାୟ ୮ ଜଣ ବେଦବ୍ୟାସ ମେଳାରେ ବୁଲାବୁଲି କରିବା ପରେ ବିଳମ୍ବିତ ରାତିରେ ଭାଲୁପତ୍ରା ଗ୍ରାମରେ ରହୁଥିବା ଯୁବକଙ୍କ ଘରକୁ  ବାଇକରେ ଯାଇଥିଲେ। ସେଠାରେ ବାଇକ ରଖିବାପରେ ଟାଟା ମ୍ୟାଜିକ ଅଟୋକୁ ନେଇ ଗୋଟିଧରରେ ଥିବା ଉକ୍ତ କ୍ରସରକୁ ଯାଇଥିଲେ। ସେମାନେ ପୂର୍ବରୁ ଡକାୟତି କରିବାକୁ ଯୋଜନା କରିଥିଲେ। ସେଠାରେ ପହଞ୍ଚିବା ପରେ କ୍ରସର ପାଚେରୀ ଡେଇଁ ଭିତରକୁ ପ୍ରବେଶ କରିଥିଲେ। କ୍ରସର ଭିତରେ ତତ୍ତ୍ୱାବଧାରକ (କେୟାର ଟେକର) ଭାବେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ୪ ବର୍ଷର ଝିଅ ସହ ରହୁଥିଲେ। ଉକ୍ତ କ୍ରସରରେ ଅନ୍ୟ ଜଣେ ଅପରେଟର ମଧ୍ୟ ରହୁଥିଲେ। ହେଲେ ଉକ୍ତ ଦିନ କେୟାର ଟେକରଙ୍କ ପତ୍ନୀ ୪ ବର୍ଷର ଝିଅ ସହ ଉପର ମହଲାରେ ଥିବା ଏକ କୋଠରୀରେ ଶୋଇଥିବା ବେଳେ ଅନ୍ୟ ଦୁଇ ଜଣ ତଳେ ଶୋଇଥିଲେ । ଡକାୟତ ଦଳ ତଳେ ଶୋଇଥିବା ଲୋକଙ୍କୁ ଡରାଇ ଧମକାଇ କେଉଁଠାରେ ମୋଟର ରହିଛି ବୋଲି ପଚାରିବାରୁ ଭୟଭୀତ ହୋଇ ସେମାନେ ମୋଟର ଗୁଡ଼ିକ ଦେଖାଇଥିଲେ। ପରେ ସେମାନଙ୍କୁ ଏକ କୋଠରୀରେ ବନ୍ଦ କରିଦେଇ ଉପର ମହଲା ଏବଂ ତଳେ ଥିବା ମୋଟର,ବ୍ୟାଟେରୀ ଏବଂ କିଛି ଲୁହା ସାମଗ୍ରୀ ବୋହି ନେଇ ପାଚେରୀ ଆରପଟକୁ ଫୋପାଡ଼ି ଦେବା ସହ ମହିଳା ଶୋଇଥିବା କୋଠରୀରୁ ୩୦୦ ଟଙ୍କା ଓ ଏକ ଟର୍ଚ୍ଚ ମଧ୍ୟ ନେଇଯାଇଥିଲେ। ପରେ ୪ ଜଣ ଡକାୟତ ପାଚେରୀ ଡେଇଁ ବାହାରକୁ ପଳାଇଥିଲେ। କିନ୍ତୁ ୩ ଜଣ ଡକାୟତ ଉପର ମହଲା କୋଠରୀରେ ଥିବା ମହିଳାଙ୍କ ସହ ଦୁର୍ଷ୍କମ କରିଥିଲେ। ଏହି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ପରେ ଟାଟା ମ୍ୟାଜିକରେ ସେମାନେ ଜିନିଷପତ୍ର ଲଦି ପଳାଇଥିଲେ। ପୁଲିସ ଘଟଣାକୁ ଗୁରତର ନେବାସହ ତଦନ୍ତ ଚଳାଇ ଆଜି ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିକ ନାକଚ ହେବାପରେ ସେଠାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି । ଆସନ୍ତାକାଲି ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା (ଟିଆଇ ପରେଡ) ହେବ ବୋଲି ଏସ୍‌ପି ସୁବ୍ରମଣି କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories