www.samajalive.in
Saturday, December 6, 2025
16.1 C
Bhubaneswar

୯୦ ବର୍ଷରେ ପଦାର୍ପଣ କଲେ ସ୍ବର ସାମ୍ରାଜ୍ଞୀ

ମୁମ୍ବଇ : ବଲିଉଡ଼ ଜଗତର ପ୍ରସିଦ୍ଧ ଗାୟିକା ତଥା କୋକିଳକଣ୍ଠୀ ଲତା ମଙ୍ଗେସକର ଶନିବାର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ୧୯୪୩ରେ ଲତାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ତା’ପର ଠାରୁ ପରିବାର ବୋଝ ବହନ କରିବା ପାଇଁ ସେ ଚଳଚ୍ଚିତ୍ର ଓ ଥିଏଟର୍ ମାନଙ୍କରେ ଅଭିନୟ କରିବା ଆରମ୍ଭ କରିଥିଲେ। ଏହାପରେ ୧୯୪୭ ମସିହା ବେଳକୁ ସେ ସଙ୍ଗୀତ କ୍ଷେତ୍ରକୁ ଓହ୍ଲାଇଥିଲେ। ନିଜର ଅଦ୍ଭୁତ କଣ୍ଠ ଓ ମନଲୋଭା ଗାଇବା ଶୈଳୀ ପାଇଁ ୧୯୫୦ ମସିହାରେ ଲତା ନିଜକୁ ଜଣେ ପ୍ରସିଦ୍ଧ ଗାୟିକା ଭାବେ ପ୍ରତିଷ୍ଠିତ କରାଇ ପାରିଥିଲେ। ସଙ୍ଗୀତ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୮୯ରେ ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହାପରେ ୨୦୦୧ରେ ତାଙ୍କୁ ଭାରତରତ୍ନ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ସେ ଆହୁରି ଅନେକ ବଡ଼ ବଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories