ଡାକ୍ତରଙ୍କୁ ତାଲା ପକାଇଲେ ସରପଞ୍ଚଙ୍କ ପୁଅ

ବାଲେଶ୍ବର : ବାଲେଶ୍ବର ଜିଲା ବାହାନଗା ଅନ୍ତର୍ଗତ ବିଷ୍ଣୁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଅଟକ ରହିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ।  ରୋଗୀ ଚିକିତ୍ସାରେ ଅବହେଳା ଅଭିଯୋଗକରି  ଶନିବାର ସ୍ଥାନୀୟ ସରପଞ୍ଚଙ୍କ ପୁଅ ସନ୍ଦୀପ ତ୍ରୀପାଠୀ ଡାକ୍ତରଙ୍କୁ ତାଙ୍କ ରୁମରେ ତାଲା ପକାଇ ଦେଇଥିଲେ । ଯାହାଦ୍ବାରା କିଛି ସମୟ ପାଇଁ ଡାକ୍ତାରଖାନାରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଥିଲା । ତେବେ ଡ଼ାକ୍ତରଙ୍କୁ ତାଲା ପକାଇବା ଓ ଦୁର୍ବ୍ୟବହାର କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାସହ ଅଭିଯୁକ୍ତକୁ  ଗିରଫ କରିବାନେଇ ଦାବି ହୋଇଛି ।

Comments are closed.