ଲାଞ୍ଜିଗଡ଼: ମଙ୍ଗଳବାର ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ବଙ୍କାକୁଣ୍ଡରୁ ଗାଁ ଖେଳପଡିଆଠାରେ ବଙ୍କାକୁଣ୍ଡରୁ ପାତ୍ରପଡା ବୁଢ଼ାରାଜା ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ମ୍ୟାଚ୍ ବଙ୍କାକୁଣ୍ଡରୁ ଓ ବିଜେପୁର ଦଳ ମଧ୍ୟରେ ହୋଇଥିଲା। ବଙ୍କାକୁଣ୍ଡରୁ ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୨ ଓଭର ୭ ଉଇକେଟ୍ ବିନିମୟରେ ୯୦ ରନ କରିଥିବା ବେଳେ ଜବାବରେ ବିଜେପୁର ଦଳ ୮୧ ରନ କରି ୯ ରନରେ ପରାଜୟ ହୋଇଥିଲେ।
ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍ -୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାଳିଯୁବାଙ୍ଗ ସରପଞ୍ଚ ମମତା ମାଝୀ, ପୁର୍ବତନ ୱାଡ଼ ମେମ୍ବର ସୁଧୀର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଉଦଘାଟନୀ ମ୍ୟାଚରେ କମଳାକାନ୍ତ ନାଏକ ଓ ମଳୟ ନାଏକ ଖେଳ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡରେ ନବୀନ ନାୟକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବଙ୍କାକୁଣ୍ଡରୁ ପାତ୍ରପଡା ବୁଢ଼ାରାଜା ନକଆଉଟ ସଂଘ ପକ୍ଷରୁ କପୁର ନାଏକ, ଅଜୟ ନାଏକ, କମଳାକାନ୍ତ ନାଏକ, ସୁରେନ୍ଦ୍ର ନାୟକ, ସଞ୍ଜୟ ନାୟକ ସମେତ କ୍ରିକେଟ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।
ଏହି ପ୍ରତିଯୋଗିତାରେ ୨୪ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଆସନ୍ତା ୨୧ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି।



