www.samajalive.in
Monday, December 15, 2025
17.1 C
Bhubaneswar

ନିୟମଗିରିରେ ନିୟମରାଜା ପରବ ସଂପନ୍ନ, ସୁରକ୍ଷା ପାଇଁ ବଜ୍ର ଶପଥ ନେଲେ ଆଦିବାସୀ

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ନିୟମଗିରି ପାହାଡ ଶିଖରରେ ତିନିଦିନ ଧରି ଚାଲିଥିବା ନିୟମରାଜା ପରବ ରବିବାର ଉଦଯାପିତ ହୋଇ ଯାଇଛି। ଗତ ୨୫ତାରିଖରେ ନିୟମରାଜା ପରବ ଆରମ୍ଭ ହୋଇ ତିନିଦିନ କଳାହାଣ୍ଡି ଓ ରାୟଗଡା ଜିଲାର ଶହ ଶହ ଡଙ୍ଗରିଆ ଏହି ଉତ୍ସବରେ ଯୋଗଦେଇ ନିୟମରାଜାକୁ ଆରାଧନା କରିବା ସହ ବୁଦା, ଘୁଷୁରି, କୁକୁଡ଼ା ଆଦି ବଳି ଦେଇ ନିଜ ନିୟମଗିରିର ସୁରକ୍ଷା ସହ ଆଦିବାସୀ ମାନେ ବଞ୍ଚିଥିବା ପର୍ଯ୍ୟନ୍ତ ନିୟମଗିରିର ମୁଠାଏ ମାଟି ବହୁ ରାଷ୍ଟ୍ରୀୟ କମ୍ପାନୀକୁ ଦିଆଯିବ ନାହିଁ ବୋଲି ବଜ୍ର ଶପଥ ନେଇଥିଲେ। ମାଟି, ପାହାଡ଼, ଝରଣା, ପଥର ଓ ଗଛ ଆଦିବାସୀ ମାନଙ୍କ ଜୀବନ। ଏମାନଙ୍କ କୃପାରୁ ଆଦିବାସୀ ମାନଙ୍କ ଜୀବନ ଜୀବିକା ବଞ୍ôଚ ରହିଛି। ଯଦି ନିୟମଗିରି ପାହାଡକୁ ତାଙ୍କଠାରୁ ଛଡାଇ ନିଆଯାଏ ତେବେ ରକ୍ତର ନଦୀ ବହିବ ସିନା ନିୟମଗିରି ପାହାଡର ମୁଠାଏ ମାଟି କାହାରିକୁ ଦିଆ ଯିବ ନାହିଁ ବୋଲି ସଂକଳ୍ପ ନେଇ ତିନିଦିନ ଧରି ଚାଲିଥିବା ନିୟମଗିରି ପାହାଡ ଶିଖରରେ ଡଙ୍ଗରିଆ କନ୍ଧଙ୍କ ଆଦିବାସୀ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ନିୟମରାଜା ପରବ ପ୍ରଥମ ଦିନରେ ଶୁଭଖମ୍ବ ସ୍ଥାପନ ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଆଦିବାସୀ ମହିଳାଙ୍କ ଦେହରେ କାଳିସୀ ସବାର ହେବା ପୂଜାର୍ଚ୍ଚନା ଜମିବାକୁ ଲାଗିଥିଲା।

 

- Advertisement -

ଆଦିବାସୀ ସଂପ୍ରଦାୟ ବ୍ୟତୀତ ଜିଲ୍ଲା ତଥା ଜିଲ୍ଲା ବାହାର ସାଧାରଣ ଲୋକେ, ପରିବେଶବିତ୍, ଗଣମାଧ୍ୟମ ପ୍ରତିନିଧିମାନେ ପର୍ବତ ଶିଖରର ଉତ୍ସବରେ ସାମିଲ ହୋଇଥିଲେ। ନିଜର ମାଁ ମାଟିର ସୁରକ୍ଷା ପାଇଁ ଅଞ୍ଚଳର ଶହ ଶହ ଆଦିବାସୀ ପୁରୁଷ, ମହିଳା ଏଥିରେ ସ୍ୱତଃସ୍ଫୁର୍ତ୍ତ ଭାବେ ସାମିଲ ହେବା ଅଭୁତପୂର୍ବ ଦୃଶ୍ୟ ଥିଲା। ନିୟମଗିରି ସୁରକ୍ଷା ସମିତି ଆହ୍ୱାନରେ ଆଦିବାସୀ ନେତା ଓ ସମାଜକର୍ମୀ ନେତୃତ୍ୱ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories