www.samajalive.in
Saturday, December 6, 2025
14.1 C
Bhubaneswar

ଟାୱାର ବସିଛି ; ହେଲେ ମିଳିପାରୁନି ମୋବାଇଲ ସେବା

ଲାଞ୍ଜିଗଡ : ଦେଶରେ  ୫-ଜି ମୋବାଇଲ ସେବା । ଡିଜିଟାଲ ଇଣ୍ଡିଆର ଡାକରା ଏବେ କି ଗାଁ କି ସହର ସବୁଠି ଆଣି ଦେଇଛି ସୂଚନା କ୍ରାନ୍ତି। କିନ୍ତୁ ଏସବୁ ଯୋଜନା, ଏସବୁ ଘୋଷଣାର କିଛି ପ୍ରଭାବ ପଡୁନି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ । ଦୀର୍ଘ ବର୍ଷ ହେଲା ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ସତରରୁ ଅଧିକ ପଞ୍ଚାୟତ ବାସିନ୍ଦା ମୋବାଇଲ ସେବା ପାଇ ପାରି ନଥିବାବେଳେ ଡିଜିଟାଲ ଇଣ୍ଡିଆ, ସୂଚନା କ୍ରାନ୍ତି ଏଇ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ସ୍ୱପ୍ନ ।
ଆଜି ଅଞ୍ଚଳରେ ୨ଜି ମୋବାଇଲ ସେବା ପାଇ ପାରିନଥିବା ଅଞ୍ଚଳରେ ମୋବାଇଲ ସେବା ଯୋଗାଇବା ପାଇଁ ବିଭିନ୍ନ ଟେଲି ଅପରେଟରଙ୍କ ଦ୍ୱାରା ଗତ ବର୍ଷକ ତଳୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ କରାଯାଇଛି ସତ କିନ୍ତୁ ଦୀର୍ଘ ଦିନ ହେଲା କାର୍ଯ୍ୟକ୍ରମ ହୋଇପାରୁନି । ଯାହା ଫଳରେ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟସେବା, ଅନଲାଇନ ପାଠପଢା ଠାରୁ ଆରମ୍ଭ କରି ସମସ୍ତ ସରକାରୀ ଯୋଜନାରୁ ଆଜି ବଞ୍ଚିତ ହୋଇ ରହିଛନ୍ତି । ମୋବାଇଲ ସେବା ମିଳୁନଥିବାରୁ ଛାତ୍ରଛାତ୍ରୀ ଓ କର୍ମଜୀବୀମାନେ ପାହାଡ ଚଢି, ଗଛ ଚଢି ଟାୱାର ଖୋଜି ମୋବାଇଲ ବ୍ୟବହାର କରୁଥିବାବେଳେ ସେମାନଙ୍କ ଭାଗ୍ୟରେ କେବେ ମୋବାଇଲ ସେବା ମିଳିବ ସେଇ ଚିନ୍ତାରେ ଘାରି ହେଉଛନ୍ତି ।

ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories