ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
ଝୁମ୍ପୁରା : ଝୁମ୍ପୁରା ବ୍ଲକ ଅର୍ଶଳା ପଞ୍ଚାୟତର ଦୁର୍ଗାପୁର ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ଝୁମ୍ପୁରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଗାପୁର ଗାଁର ଦଶରଥ ନାଏକ ଆଜି ଭୋର ୬ଟା ସମୟରେ ଗାଁ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ପରେ ଦଶରଥଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସି ଭାଲୁଟିକୁ ଘଉଡାଇଥିଲେ। ଏବଂ ପରେ ଦଶରଥଙ୍କୁ ସେଠାରୁ ଉଦ୍ଧାର କରି ଝୁମ୍ପୁରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦଶରଥ ର ଡାହାଣ ପଟ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ସହିତ ଛାତିରେ ଗଭୀର ଆଘାତ ଲାଗିଛି। ଦୁର୍ଗାପୁର ହୁଡିରେ ଅନେକ ସମୟରେ ଏଭଳି ଘଟଣା ଘଟୁଛି। ମାତ୍ର ବନ ବିଭାଗ କୋୖଣସି ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Comments are closed.