www.samajalive.in
Tuesday, December 9, 2025
15.1 C
Bhubaneswar

ମହୁମାଛି ଆକ୍ରମଣରେ ଆଇ-ନାତୁଣୀ ଗୁରୁତର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତର ତୁର୍କା ଗାଁରେ ଆଇ-ନାତୁଣୀ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି । ଦୁହିଁଙ୍କୁ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ତୁର୍କା ଗାଁର ବୁଦା ମାଝୀଙ୍କ ମା ଦୁନି ମାଝୀ(୬୫ବର୍ଷ) ଓ ଝିଅ ବାସନ୍ତୀ ମାଝୀ(୩ବର୍ଷ) ଆଜି ଅପରାହ୍ନ ସାଢେ଼ ୩ ଘଣ୍ଟା ସମୟରେ ଗାଁ ନିକଟସ୍ଥ ଜମିକୁ ଯାଇଥିଲେ। ଚାଷ ଜମିରେ ଥିବା ଏକ ଗଛରେ ମହୁଫେଣା ରହିଥିବା ବେଳେ ଫେଣରୁ ଶତାଧିକ ମହୁମାଛି ଆସି  ଦୁନି ଓ ତାଙ୍କ ନାତୁଣୀ ବାସନ୍ତୀଙ୍କୁ ଆକ୍ରମଣ କରିଥିଲେ ।ମହୁମାଛିର ବିଷ କ୍ରିୟା ଯୋଗୁଁ ବୃଦ୍ଧା ଓ ଶିଶୁକନ୍ୟା ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଜମି ଉପରେ ପଡି ରହିଥିଲେ । ଦୁହିଁଙ୍କ ଚିତ୍କାର ଶୁଣି ଗାଁ ଲୋକେ ଜମି ନିକଟରେ ପହଞ୍ଚି ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଗାଁର ନାମକ ଜଣେ ଯୁବକ ବିଶ୍ୱନାଥପୁର ସିଏଚସି କୁ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ।ଗାଁରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଥିଲା ସତ କିନ୍ତୁ ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇନପାରି ୮ କିଲୋମିଟର ପୂର୍ବରୁ ରହିଥିଲା। ସେମାନଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯିବା ପରେ  ବିଶ୍ୱନାଥପୁର ଡାକ୍ତରଖାନାକୁ ପଠାଯାଇଥିଲା। ବର୍ତ୍ତମାନ ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ମେଡ଼ିକାଲ ଅଫିସର ଭବାନୀ ଶଙ୍କର ଲେଙ୍କା ପକ୍ଷରୁ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories