www.samajalive.in
Monday, December 15, 2025
15.1 C
Bhubaneswar

ଅଜଣା ଗାଡି ଧକ୍କାରେ ପୋଢ଼ର ମୃତ୍ୟୁ

ଲାଞ୍ଜିଗଡ଼:ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ଠାରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ଆଶ୍ରମପଡ଼ା ପୋଖରୀ ନିକଟରେ ଗତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ପୋଢ଼ର ମୃତ୍ୟୁ ଘଟିଛି। ଲୋକେ ସେହି ରାସ୍ତାରେ ଗଲାବେଳେ ପୋଢ଼ଟି ରାସ୍ତା ଉପରେ ମରି ପଡିଥିବା ଦେଖିବାକୁ ପାଇଥିଲେ। ପୋଢ଼ଟି ପୋଖରୀରୁ ବାହାରୁ ଥିବା ସମୟରେ ଏକ ଭାରିଯାନ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ପୋଢ଼ଟି କାହାର ଜଣା ପଡିନଥିବା ବେଳେ ପୋଖରୀ ନିକଟସ୍ଥ ମଝି ରାସ୍ତାରେ ମୃତ ଦେହ ପଡିରହିଥିଲା।
ଏନେଇ ଲୋକେ ଲାଞ୍ଜିଗଡ଼ ପଞ୍ଚାୟତକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ପ୍ରାୟ ୧୩ ଘଣ୍ଟା ପର୍ଯ୍ୟନ୍ତ ମୃତ ଶରୀର ଉଦ୍ଧାର କରାଯାଇନଥିଲା। ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାପରେ ସନ୍ଧ୍ୟା ସାଢେ ୬ ଘଣ୍ଟା ସମୟରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଏକ ଜେସିବି ସାହାର୍ଯ୍ୟରେ ପୋଢ଼ର ମୃତ ଦେହକୁ ସେଠାରୁ ହଟାଇଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories