www.samajalive.in
Sunday, December 14, 2025
19.1 C
Bhubaneswar

ସରୁନି ତାଳପଦର- ମନୁପାଲି ରାସ୍ତା ନିର୍ମାଣ କାର୍ଯ୍ୟ, ଲୋକେ ହନ୍ତସନ୍ତ

ବୌଦ୍ଧ : ବୌଦ୍ଧ ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ତାଳପଦରଠାରୁ ମନୁପାଲି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିବା ପାଇଁ ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ଵାରା ୩.୮୬୯ କିଲୋମିଟର ଦୈର୍ଘ୍ୟର ରାସ୍ତା ୨୩୯.୬୩ ଲକ୍ଷ ଅଟକଳ ପରିମାଣରେ ନିର୍ମାଣ କରିବା ପାଇଁ ଆଦେଶ ହୋଇଥିଲା । ମାତ୍ର ଠିକାଦାର ମୋତି ରଞ୍ଜନ ସାହୁ ଓ ଗ୍ରାମ୍ୟଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଖାମ ଖିଆଲି ନୀତି ଯୋଗୁଁ ହଇରାଣ ହେଉଛନ୍ତି ଦୁଇଟି ଗ୍ରାମ ପଞ୍ଚାୟତର ଲୋକେ । ଅଧାପନ୍ତରିଆ ଭାବେ ରାସ୍ତାରେ ମେଟାଲ ବିଛାଇ ପଡିରହିଥିବାରୁ ଖଲିଆପାଲି ଓ ମନୁପାଲି ଗ୍ରାମ ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଯଦି ରାସ୍ତା କାମ ନ ହୁଏ ତେବେ ଆଗାମୀ ଦିନରେ ଗ୍ରାମ ଉନ୍ନୟନ ବିଭାଗ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଉଭୟ ପଞ୍ଚାୟତବାସୀ ।

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories