www.samajalive.in
Sunday, December 7, 2025
14.1 C
Bhubaneswar

ଲଗାଣ ବର୍ଷାରେ ଭାଙ୍ଗିଲା ଘର; ଅଳ୍ପକେ ବର୍ତ୍ତିଲେ ପରିବାର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗାଁର କସମତୁଲା‌ ନାଏକଙ୍କ ମାଟି ଘର ଲଘୁଚାପ ଜନିତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡ଼ିଛି। ଫଳରେ ପରିବାର ଲୋକେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଅନ୍ୟପକ୍ଷରେ ସିମାଁଚି ଦୋରା ଜଣେ ବିଧବା ମହିଳା ହୋଇଥିବା ବେଳେ ସେ ଜଣେ ଅତି ଗରିବ ଶ୍ରେଣୀ ଦିନ ମଜୁରିଆ। ମୂଲ ଲାଗିଲେ ତାଙ୍କ ଚୁଲି ଜଳେ। ଅତି ଗରିବ ହୋଇଥିବାରୁ ଘର ଖଣ୍ଡିକ ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି । ଘର ଖଣ୍ଡେ ନଥିବା ଯୋଗୁଁ ଆଜି ଏହି ଦୂରଦିନ ଅବସ୍ଥାରେ ପଡି ରହିଛନ୍ତି ପରିବାର। ସେ ନିଜ ମାଟି କୁଡ଼ିଆରେ ପରିବାର ଶହ ଖରା ବର୍ଷାରେ ଜୀବନ ଯାପନ କରନ୍ତି। କିନ୍ତୁ ଆଜି ଲଗୁଚାପ ଜନିତ ଲଗାଣ ବର୍ଷାରେ ହଠାତ ଘର ଭୁଶୁଡି ପଡିଥିଲା। ଫଳରେ ଘରେ ଥିବା ପରିବାର ଲୋକେ ବାହାରକୁ ଚାଲି ଆସିଥିବାରୁ ଅଳ୍ପକେ ଏକ ବଡ଼ ବିପଦରୁ ବର୍ତ୍ତିଯାଇଥିଲେ। ପରିବାର ଲୋକେ ଏବେ ଅନ୍ୟ ଘରେ ଆଶ୍ରୟ ନେଇଥିବା ଜଣା ପଡିଛି। ବର୍ତମାନ ଘର ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯାଇଥିବାରୁ ସେ ଚିନ୍ତାରେ ପଡ଼ିଥିବା ବେଳେ ତୁରନ୍ତ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories