www.samajalive.in
Sunday, December 7, 2025
26.1 C
Bhubaneswar

ଚାରୋଟି ସ୍ଥାନରେ ପୋଷ୍ଟର ମାରିଲେ ମାଓବାଦୀ

ଲାଞ୍ଜିଗଡ଼ : ଆଜି ସକାଳୁ ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ଥାନା ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର କଦମ୍ବଗୁଡ଼ା ଛକ, ଖିକ୍ସାଭଟା ଅଙ୍ଗନବାଡ଼ି କେନ୍ଦ୍ର, ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର ସିକେରକୁପା ବିଶ୍ରାମାଗାର ଓ ଲାଞ୍ଜିଗଡ଼ରୋଡ଼ ଜୁନିୟର କଲେଜ୍ କାନ୍ଥରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀଙ୍କ ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଗୁଡ଼ିକରେ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତ ବାଲାପଦର ଗାଁର ପିତାମ୍ବର ମାଝୀ ନାମକ ଜଣେ ବ୍ୟକ୍ତିକୁ ଟାର୍ଗେଟ୍ କରାଯାଇଛି ।  ମାଓ ସଂଗଠନ ନାଁରେ ଠିକାଦାରମାନଙ୍କଠାରୁ ଅର୍ଥ ଆଦାୟ କରିବା ସହ ଦଶଲକ୍ଷ ଟଙ୍କା ନିଜେ ରଖି ଦେଇଥିବା ଅଭିଯୋଗ କରି ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦେବାକୁ ଚେତାବନୀ ଦିଆଯାଇଛି।  କଦମ୍ବଗୁଡ଼ାରେ ଗତ ୨୦୧୭ ମସିହାରେ ଜଣେ ଠିକାଦାରଙ୍କ ମିକ୍ସଚର ମେସିନ୍ ପୋଡ଼ିଦେବା ସହିତ ଠିକାଦାରଙ୍କ କ୍ୟାମ୍ପରେ ଭଙ୍ଗାରୁଜା କରିଥିଲେ ମାଓବାଦୀମାନେ ।  ଆଜି କଦମ୍ବଗୁଡା ସମେତ ସିକେରକୁପା, ଲାଞ୍ଜିଗଡରୋଡ କଲେଜ ସାମ୍ନାର ମୁଖ୍ୟ ରାସ୍ତାରେ ପୋଷ୍ଟର ଲାଗିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।  ଏ ସମ୍ପର୍କରେ ଖବର ମିଳିବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories